Only for Entertainment

ରିଲିଜ ହେଲା ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ମିଶିଜିବା ଦୁହେଁ’, ଦେଖିବାକୁ ମିଳିଲା ଡ୍ୟାନ୍ସିଂ ଷ୍ଟାର ରାଜସ୍ମିତା କରଙ୍କ ଅଭିନୟ

you tube
65

ୟୁଟୁବରେ ମୁକ୍ତିଲାଭ କଲା ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ମିଶିଜିବା ଦୁହେଁ’ । ଦୁଲହନ୍ ଆଲବମର ଏହି ଗୀତଟିକୁ ଜି ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ କରାଯାଇଛି । ଗୀତରେ ନାୟିକା ଭାବେ ଓଡିଶାର ଡ୍ୟାନ୍ସିଂ ଷ୍ଟାର୍ ରାଜସ୍ମିତା କରଙ୍କୁ ଦେଖିବାକୁ ମିଳିଛି । ଆଉ ଏଥିରେ ନାୟକ ଭାବେ ମନିଷ ପୁରୋହିତ୍ ଆସିଛନ୍ତି ନଜର ।

ଏକ ନିଆରା ଲଭ୍ ଷ୍ଟୋରୀକୁ ଏହି ଗୀତରେ ସ୍ଥାନ ଦିଆ ଯାଇଛି । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓରେ କାହାଣୀ ଜନ୍ମଞ୍ଜୟ ମିଶ୍ର ଦେଇଥିବାବେଳେ, ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରତିକ୍ ମହାନ୍ତି । ପ୍ରେମ କାହାଣୀ, ଆକର୍ଷଣୀୟ ସଙ୍ଗୀତ ଆଉ ତା-ସହ ମନଛୁଆଁ ଲିରିକ୍ସ ଏହି ଗୀତକୁ କରିଛି ଆହୁରି ଆକର୍ଷଣୀୟ । ଗୀତରେ ଶୁଣିବାକୁ ମିଳିଛି ଅଷିମା ପଣ୍ଡା ଓ ପ୍ରଦୀପ୍ତଙ୍କ ଆକର୍ଷଣୀୟ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରଦୀପ୍ତ । ଆଉ ଏଥିରେ ଲିରିକ୍ସର ଭାର ତୁଲାଇଛନ୍ତି ମୃତ୍ୟୁଞ୍ଜୟ ମିଶ୍ର । ୟୁଟୁବ୍ରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More