Only for Entertainment

ସ୍ରୋତାଙ୍କ ମନଜିଣିବାରେ ସଫଳ ହୋଇଛି ରୋମାଂଟିକ୍ ଗୀତ ‘ଫଗୁଣ’ !

30

ସ୍ରୋତାଙ୍କ ମନଜିଣିବାରେ ସଫଳ ହୋଇଛି ଓଡିଆ ରୋମାଂଟିକ୍ ଗୀତ ‘ଫଗୁଣ’ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ଗୀତକୁ ୪ଦିନରେ ୪ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓରେ ନାୟକ ଭାବେ ନଜର ଆସିଛନ୍ତି ସମ୍ଭବ ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ଅନନ୍ୟାଙ୍କୁ ଦେଖିବାକୁ ମିଳିଛି । ଏକ ଖାସ୍ କାର୍ଯ୍ୟକ୍ରମ ଜରିଆରେ ଏହି ଗୀତକୁ ଲଂଚ୍ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଗୀତଟି ଭିଟ୍ୟୁନ୍ ର ଅଫିସିଆଲ ୟୁଟୁବ୍ ଚ୍ୟାନେଲ୍ରେ ମୁକ୍ତିଲାଭ କରିଛି । ଭାଲେନଟାଇନ୍ ଡେ’ ଅବସରରେ ମୁକ୍ତିଲାଭ ଏହି ରୋମାଂଟିକ୍ ଗୀତରେ ନାୟକ ଭାବେ ନଜର ଆସିଛନ୍ତି ସମ୍ଭବ ମାନସିଂ ଓ ନାୟିକା ଭାବେ ଅନନ୍ୟାଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ବେଶ୍ ହାଲ୍କା – ଫୁଲ୍କା ରୋମାନ୍ସ ଦେଖିବାକୁ ମିିଳିଛି ଏହି ଗୀତରେ । ଭିନ୍ନ ଭିନ୍ନ ରୋମାଂଟିକ୍ ଲୋକେସନରେ ଗୀତର ସୁଟିଂ କରାଯାଇଛି । ଆକର୍ଷଣୀୟ ପିକଚରାଇଜେସନ୍ ସହ ସମ୍ଭବ ଓ ଅନନ୍ୟାଙ୍କ ଅଭିନୟ ଏହି ଗୀତକୁ କରିଛି ଆହୁରି ଖାସ୍ । ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର୍ ଓ ଅନ୍ତରା ଚକ୍ରବର୍ତିଙ୍କ ଆକର୍ଷଣୀୟ ଗାୟିକି । ଉଭୟ ହ୍ୟୁମାନ୍ ଓ ଅନ୍ତରାଙ୍କ ଗାୟିକି ଏହି ଗୀତକୁ କରିଛି ଆହୁରି ମନଲୋଭା । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅସଦ୍ ନିଜାମ୍ । ଆଉ ଏହାର ଲିରିକ୍ସ ଦେଇଛମନ୍ତି ତପୁ ନାୟକ । ଏହି ମ୍ୟୁଜିକ୍ ଭିଡିଓ ଫଗୁଣର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଜା ଡି । ୟୁଟୁବ୍ରେ ରିଲିଜ୍ ହୋଇଥିବା ଏହି ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More