Only for Entertainment

ବର୍ଷୀୟାନ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ, ଓଡିଆ ସଙ୍ଗୀତ ଜଗତରେ ଶୋକର ଛାୟା !

Ommcom News
35

ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ସେ ଆଜି ପ୍ରାତଃରେ ଚିର ନିଦ୍ରାରେ ଶୋଇପଡିଛନ୍ତି । ଫଳରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ଗତ କିଛି ଦିନ ହେବ ତାଙ୍କ ଶରୀର ଅସୁସ୍ଥ ଥିବା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଫଳରେ ତାଙ୍କରେ ସେହି ଠାରେ ହିଁ ଦେହ ତ୍ୟାଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା ।

ଓଡିଆ ସିନେ ଜଗତରେ ତାଙ୍କର ଅତୁଳନୀୟ ଚରିତ୍ର ଥିଲା । ଯାହା ସ୍ମୃତି ହୋଇ ଚୀର ଦିନ ସମସ୍ତଙ୍କ ହୃଦୟରେ ରହିବ । କଣ୍ଠଶିଳ୍ପୀ ଚିତ୍ତ ଜେନା ଓଡିଆ ସିନେ ଜଗତକୁ ବହୁ ସୁପରହିଟ ଗୀତ ଦେଇଥିଲେ । ସେଥିମଧ୍ୟରୁ ‘ରୂପ ହୋଇଥିବ ଲାବଣ୍ୟବତୀ’ , ‘ଉଡିଗଲା ଗେଣ୍ଡାଳିଆ’ , ଏବଂ ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦରୀ’ ସୁପରହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More