Only for Entertainment

ଆମେରିକାରେ ଓଡ଼ିଆ ପୁଅ, ଏହି ଫିଲ୍ମ ପାଇଁ ମିଳିଲା ଆନ୍ତର୍ଜାତୀୟ ପୁରସ୍କାର

odisha barta
118

ଓଡ଼ିଆ ମାନେ ଯେ ଆଜି ନିଜର ଶ୍ରେଷ୍ଠ ଗୁଣ ଟ୍ୟାଲେଂଟ ପାଇଁ ସାରା ବିଶ୍ୱରେ ପରିଚିତ ଏହା କାହାକୁ ଅଛପା ନାହିଁ । ସେ ସୁଦର୍ଶନ ପଟ୍ଟନାୟକ ହୁଅନ୍ତୁ ବା ଦୂତି ଚାନ୍ଦ । କଳା ଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରରେ ସମସ୍ତେ ଯୋଡ଼ି ହୋଇଛନ୍ତି ଏକ ନୂଆ ଟ୍ରେଣ୍ଡରେ, ଯାହା ସେମାନଙ୍କୁ ଦେଇଛି ଏକାଧିକ ସଫଳତା । ଏହି ସମସ୍ତ ବୃତ୍ତିକୁ ଛାଡ଼ି ଦେବା ପରେ ଦୁନିଆ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି ଆଉ ଏକ ଦୁନିଆ । ଯାହା ହେଉଛି ମାୟାନଗରୀର ଦୁନିଆ । କଳା ଓ ସୌନ୍ଦର୍ଯ୍ୟର ଦୁନିଆ । ଆଜ୍ଞା ହଁ ଗତ କିଛି ଦିନ ପୂର୍ବରୁ ଫିଲ୍ମ ଅଭେଂଜର୍ସରେ ଓଡ଼ିଆ ପୁଅଙ୍କ ପାରାଗମତା ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ତେବେ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ଆମ ଓଡ଼ିଆ ମାନେ ପରିଚିତ । ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ପ୍ରକୃତି ମିଶ୍ର ଏବଂ ଲିପ୍ସା ମିଶ୍ର । ତେବେ ଏହି କଡ଼ିରେ ବର୍ତ୍ତମାନ ଯୋଡ଼ି ହୋଇ ଯାଇଛନ୍ତି ଓଡ଼ିଆରା ଆଉ ଏକ ସଫଳ ବ୍ୟକ୍ତି ।

 

ଟିଟିଲାଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ସିନେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ରଙ୍କ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’କୁ ଆମେରିକାରେ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ମିଳିଛି ।ଏହି ସିନେମାକୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସେଲିବ୍ରେଟି ସେଫ୍ ବିକାଶ ଖାନ୍ନା। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More