Only for Entertainment

ରିଲିଜ ହେଲା ରହସ୍ୟର ରୋମାଂଟିକ ଗୀତ ‘ଓ ଜାନିଆ’ ।

youtube
0 38

ଓଡିଶାରେ ପ୍ରଥମ ଥ୍ରୀଡି ଚଳଚ୍ଚିତ୍ର ‘କାଉଁରିକନ୍ୟା’ ଭେଟିଦେଇ ଚହଳ ସୃଷ୍ଟି କରିଥିବା ଆଂଜେଲ୍ ବି ମିଡିଆ ପୁଣିଥରେ ଭେଟି ଦେବାକୁ ଯାଉଛନ୍ତି ଆଉ ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ରହସ୍ୟ’ । ହରର୍ – ଥ୍ରୀଲର କାହାଣୀକୁ ନେଇ ପ୍ରସ୍ତୃତ ହୋଇଛି ଏହି ସିନେମା । ଆଉ ଫିଲ୍ମରେ ରହିଛି ଉଚ୍ଚକୋଟୀର ଭିଏଫ୍କ୍ସ ଓ ଗ୍ରାଫିକ୍ସ କାମ । ଏହି ଅପକମିଂ ଫିଲ୍ମର ରୋମାଂଟିକ୍ ଗୀତ ‘ଓ ଜାନିୟା’ ମୁକ୍ତିଲାଭ କରିଛି

ଶାନ୍ତନୁ ଏବଂ ଅନ୍ତରା ଏହାର ସ୍ୱର ଦେଇଛନ୍ତି । ନିହାର୍ – ଶାନ୍ତନୁଙ୍କ ସଙ୍ଗୀତରେ ଏହି ଗୀତର ଲିରିକ୍ସ ଦେଇଛନ୍ତି ନିହାର୍ ରଂଜନ । ଗୀତ ଦୃଶ୍ୟାୟନରରେ ଫିଲ୍ମର ଲିଡ୍ ଷ୍ଟାର୍ କାବ୍ୟା କିରଣ ଓ ତୁଷାର୍ ସିହ୍ନା । ଏହି ଫିଲ୍ମରେ କାବ୍ୟା ଓ ତୁଷାର୍ଙ୍କ ବ୍ୟତୀତ ଜଗନ୍ନାଥ ଘୋଷ, ଅଂଶୁମାନ ସାମଲ୍, ସୁଦୀପ୍ତା ଓ ବିକାଶ ରଂଜନଙ୍କ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ୫ଜଣ ସାଙ୍ଗଙ୍କୁ ନେଇ ଗତିଶୀଳ ହୋଇଛି । ରହସ୍ୟରେ ଭରପୁର ଏହି ସିନେମାର କାହାଣୀ ଏବଂ ସ୍କ୍ରିନ୍ ପ୍ଲେ ଲେଖିଛନ୍ତି ସୌମ୍ୟ ରଂଜନ ସାହୁ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଘ୍ନେଶ୍ୱର ପଣ୍ଡା । ତେବେ ପୂର୍ବରୁ ରିଲିଜ୍ ହୋଇଥିବା ସିନେମାର ଟ୍ରେଲର୍କୁ ଅଡିଏନ୍ସ ପସନ୍ଦ କରିଥିବାବେଳେ ଏବେ ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ଗୀତ ଓଡିଆ ସ୍ରୋତାଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More