Only for Entertainment

ସତ୍ୟକାହାଣୀକୁ ନେଇ ଆସୁଛି ନୂଆ ଓଡିଆ ଫିଲ୍ମ ଛବିରାଣୀ, ରିଲିଜ୍ ହେଲା ପ୍ରଥମ ଟିଜର୍ !

160

ସତ୍ୟକାହାଣୀକୁ ନେଇ ଆସୁଛି ନୂଆ ଓଡିଆ ଫିଲ୍ମ ଛବିରାଣୀ । ପୂରା ଦେଶରେ ଚହଳ ପକାଇଥିବା ଜଗତସିଂହପୁରର ଗଣଦୁର୍ଷ୍କମ ଓ ହତ୍ୟା ଘଟଣା ଉପରେ ଆଧାରିତ ହେବ ଏହି ଫିଲ୍ମ । ଫିଲ୍ମ ରହିବ ଗଣ ଦୁର୍ଷ୍କମ ଓ ହତ୍ୟାର ଶିକାର ହୋଇଥିବା ଛବିରାଣୀର କାହାଣୀକୁ ସ୍ଥାନ ଦିଆଯାଇଛି । ଫିଲ୍ମଟିର ପ୍ରଥମ ଟିଜର୍ ଏବେ ରିଲିଜ୍ ହୋଇଛି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ଥିବା କାହାଣୀ ସମ୍ପୂର୍ଣ୍ଣ ସତ ଘଟଣା ଉପରେ ଆଧାରିତ । ଘଟଣାଟି ୧୯୮୦ମସିହା ଅକ୍ଟୋବର ୩ତାରିଖରେ ଘଟିଥିଲା ଏହି ଅଭାବନୀୟ କାଣ୍ଡ । ଏହି ଘଟଣା ରହିଥିଲା ଅତ୍ୟନ୍ତ ଦୟନୀୟ । ଛବିରାଣୀର ହୋଇଥିଲା ଗଣଦୁଷ୍କର୍ମ । ଫିଲ୍ମରେ ବଡ ବଡ ଅଭିନେତାଙ୍କୁ ଦେଖିବାକୁ ମିଳିବ ।

ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସଙ୍କ ଭଳି ଅନେକ ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଫିଲ୍ମରେ ପ୍ରଯୋଜନା ଭାର ତୁଲାଇଛନ୍ତି ବାସୁଦେବ ସାହୁ, ମନୋରମା ମହାପାତ୍ର, ବିରେନ ମହାପାତ୍ର ଏବଂ ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବବି ଇସଲାମ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More