Only for Entertainment

ଖୁବ ଶୀଘ୍ର ପରଦାକୁ ଆସୁଛି ‘ତୁ ମୋ ହାର୍ଟବିଟ’ : ପ୍ରେମ, ପ୍ରତାରଣା ଓ ପ୍ରତିଶୋଧର କାହାଣୀ ।

you tube
45

ଓଲିଉଡରେ ଏବେ ପୁଣି ଏକ ନୂଆ ଯୋଡିଙ୍କୁ ନେଇ ଓଡ଼ିଆ ସିନେମା ନିର୍ମିତ ହୋଇଛି । ଏହି ଫିଲ୍ମର ଟାଇଟଲ ହେଲା ‘ତୁ ମୋ ହାର୍ଟବିଟ’ । ଏଥିରେ ଦର୍ଶକ ଯେଉଁ ନୂଆ ନାୟକଙ୍କୁ ଭେଟିବେ, ତାଙ୍କର ନାଁ ହେଲା ରୁଦ୍ରାଂଶ । ଠିକ ସେହିପରି ଏହି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଛନ୍ତି ନବାଗତା ମଧୁସପ୍ରିୟା । ନାୟକ ରୁଦ୍ରାଂଶଙ୍କ ଅନୁଯାୟୀ ସେ ଓଲିଉଡରେ ଭଲ ବ୍ରେକ ଅପେକ୍ଷାରେ ଥିଲେ । ତାଙ୍କୁ ‘ତୁ ମୋ’ହାର୍ଟବିଟ’ ସିନେମାରେ ନିଜ ମନଲାଖି ଭୂମିକାଟିଏ ମିଳିଛି । ଏହା ଏକ ଟିନ ଏଜ ଲଭଷ୍ଟୋରି ହୋଇଥିଲେ ବି ଏଥିରେ ପ୍ରେମ, ପ୍ରତାରଣ ଓ ପ୍ରତିଶୋଧ ବି କାହାଣୀ ରହିଛି ।

pic

ଅପରପକ୍ଷରେ ଏହାର ନାୟିକା ମଧୁସପ୍ରିୟା ମଧ୍ୟ ନିଜର ଭୂମିକାକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଏଥିରେ ଜଣେ କଲେଜ ଛାତ୍ରୀ ଚରିତ୍ରରେ ଅଛନ୍ତି ମଧୁସପ୍ରିୟା । ନିକଟରେ ଫିଲ୍ମର ମୁହୁରତ ଅନୁଷ୍ଠିତ ହୋଇସାରିଥିବା ବେଳେ ଏବେ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ‘ତୁ ମୋ’ହାର୍ଟବିଟ’ର ପ୍ରୟୋଜନା କରିଛନ୍ତି ଲୋକନାଥ ଦାଶ । ଏହାର ନିର୍ଦ୍ଦେଶକ ହେଲେ ଅମର ଅମରେନ୍ଦ୍ର । ଚନ୍ଦ୍ରଶେଖର ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଓଡିଆ ସିନେମାର ଚିତ୍ରନାଟ୍ୟ ଓ ସଂଳାପକାର ହେଲେ ଜିତେନ୍ଦ୍ର କୁମାର ବରାଳ । ଏହି ନୂଆ ଯୋଡି କମାଲ କରୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More