Only for Entertainment

ଓଲିଉଡରେ ପ୍ରସ୍ତୁତ ହେଉଛି କ୍ରାଇମ୍ – ଥ୍ରୀଲର୍ ଫିଲ୍ମ ଛବିରାଣୀ, ଅନେକ ଦିନ ପରେ ପରଦାକୁ ଫେରିବାକୁ ଯାଉଛି ସିଦ୍ଧାନ୍ତ ଓ ଅନୁଙ୍କ ରୋମାଂଟିକ୍ ଯୋଡି !

61

ଓଲିଉଡରେ ପ୍ରସ୍ତୁତ ହେଉଛି କ୍ରାଇମ୍ – ଥ୍ରୀଲର୍ ଫିଲ୍ମ ଛବିରାଣୀ । ସିନେମାଟି ଏକ ସତ ଘଟଣାକୁ ନେଇ ଗତିଶୀଳ ହୋଇଛି । ଆଉ ଏହି ଅପକମିଂ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡ୍ ସୁପରହିଟ୍ ଯୋଡି ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ନିକଟରେ ସିନେମାର ଏକ ରୋମାଂଟିକ୍ ଗୀତ ସୁଟିଂ କରିବାରେ ନଜର ଆସିଥିଲେ ଏହି ଯୋଡି । ଭୁବନେଶ୍ୱରର ଭିନ୍ନ ଭିନ୍ନ ଲୋକେସନରେ କରାଯାଇଥିଲା ଏହି ରୋମାଂଟିକ୍ ଟ୍ରାକର ସୁଟିଂ । କୋରିଓଗ୍ରାଫର୍ ଙ୍କ ଇସାରାରେ ଗୀତର ସୁଟ୍ କରିବାରେ ନଜର ଆସିଛନ୍ତି ସିଦ୍ଧାନ୍ତ ଓ ଅନୁ ।

ଚଳଚ୍ଚିତ୍ର ଛବିରାଣୀ ଜରିଆରେ ଅନେକ ଦିନ ପରେ ପରଦାକୁ ଫେରିବାକୁ ଯାଉଛି ଏହି ରୋମାଂଟିକ୍ ଯୋଡି । ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ଯେତେବେଳେ ବି ପରଦାକୁ ଏକାଠି ଆସିଛନ୍ତି ଦର୍ଶକ ଏମାନଙ୍କ ଯୋଡିକୁ କରିଛନ୍ତି ଢେର୍ ପସନ୍ଦ । ଏମାନଙ୍କ ପ୍ରତ୍ୟେକ ସିନେମା ଓଲିଉଡରେ ହୋଇ ପାରିଛି ହିଟ୍ । ଶାଶୁ ଘର ଚାଲିଜିବି, ପହିଲି ରଜ, ଚକା ଚକା ଭଉଁରି, ଅଗ୍ନି ପରିକ୍ଷା, ଗଡ ଫାଦର୍ ଆଦି ଅନେକ ସିନେମାରେ ଏମାନଙ୍କ ଯୋଡି ଦେଖାଇଛି କମାଲ୍ । ଏବେ ପୁଣିଥରେ ପରଦାରେ ରାଜ୍ କରିବା ପାଇଁ ଫେରୁଛି ସିଦ୍ଧାନ୍ତ ଓ ଅନୁଙ୍କ କମ୍ବିନେସନ୍ । ଆଉ ଏମାନଙ୍କ ଅନସ୍କ୍ରିନ୍ ରୋମାନ୍ସ ସ୍ଥାନ ପାଇବ ଆଗାମୀ ଫିଲ୍ମ ଛବିରାଣୀରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More