Only for Entertainment

ଓଲିଉଡରେ ଖୋଲିବ ରହସ୍ୟ, ରିଲିଜ ହେବ ହରର ଥ୍ରୀଲର ଫିଲ୍ମ !

34

ଓଡିଶାରେ ପ୍ରଥମ ଥ୍ରୀଡି ଚଳଚ୍ଚିତ୍ର ‘କାଉଁରିକନ୍ୟା’ ଭେଟିଦେଇ ଚହଳ ସୃଷ୍ଟି କରିଥିବା ଆଂଜେଲ୍ ବି ମିଡିଆ ପୁଣିଥରେ ଭେଟି ଦେବାକୁ ଯାଉଛନ୍ତି ଆଉ ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ରହସ୍ୟ’ । ହରର୍ – ଥ୍ରୀଲର କାହାଣୀକୁ ନେଇ ପ୍ରସ୍ତୃତ ହୋଇଛି ଏହି ସିନେମା । ଆଉ ଫିଲ୍ମରେ ରହିଛି ଉଚ୍ଚକୋଟୀର ଭିଏଫକ୍ସ ଓ ଗ୍ରାଫିକ୍ସ କାମ । ଏହା ସହିତ ଦମଦାର୍ କାହାଣୀ ଓ ଆର୍ଷଣୀୟ ସଙ୍ଗୀତ । ଖୁବଶୀଘ୍ର ଏହି ସିନେମାଟି ପରଦାକୁ ଆସିବ ।

ଚର୍ଚ୍ଚାରେ ଓଲିଉଡ୍ ହରର୍ – ଥ୍ରୀଲର୍ ଚଳଚ୍ଚିତ୍ର ‘ରହସ୍ୟ’ । ଏକ ସସ୍ପେନ୍ସ ଏବଂ ହରର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଖାସ କରି ଫିଲ୍ମ ଇଂଷ୍ଟିଚ୍ୟୁଟ୍ରେ ପଢୁଥିବା କିଛି ୫ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଦେବ, ସୃତି, ଅଲ୍ଲି, ରିଧିମା, ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ବନାଇବା ପାଇଁ ଚିନ୍ତା କରନ୍ତି । ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ବନାଇବା ପାଇଁ ଏକ ପୁରୁଣା ବଙ୍ଗଳାକୁ ଯାଆନ୍ତି । ଆଉ ସେହି ସ୍ଥାନକୁ ଦେବ ତାର ସ୍ୱପ୍ନରେ ସବୁବେଳେ ଦେଖୁଥାଏ । ସେଠାରେ ପହଁଚିବା ପରେ ଏମାନଙ୍କ ସହ ଆରମ୍ଭ ହୁଏ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା । କାଛି ଏହିପରି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ରହସ୍ୟରେ ନାୟକ ଭାବେ ନଜର ଆସିବେ ନବାଗତ ତୁଷାର, ଏବଂ ନାୟିକା ଭାବେ କାଉଁରୀ କନ୍ୟା ଫେମ୍ ଅଭିନେତ୍ରୀ କାବ୍ୟା କରିନ୍ଙ୍କୁ ଦେଖିବାକୁ ମିଳିବ । ରହସ୍ୟରେ ଭରପୁର ଏହି ସିନେମାର କାହାଣୀ ଏବଂ ସ୍କ୍ରିନ୍ ପ୍ଲେ ଲେଖିଛନ୍ତି ସୌମ୍ୟ ରଂଜନ ସାହୁ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଘ୍ନେଶ୍ୱର ପଣ୍ଡା ।

ଫିଲ୍ମରେ ଉଚ୍ଚ କୋଟିର୍ ଭିଜୁଆଲ୍ ଇଫେକ୍ଟସ୍ ଏବଂ ଗ୍ରାଫିକ୍ସ କାମ ଦେଖିବାକୁ ମିଳିଛି । ଯାହା ପୂର୍ବରୁ କୌଣସି ଓଡିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳିନି । କାହାଣୀକୁ ସୁହାଇଲା ଭଳି ସଙ୍ଗୀତକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ଭିନ୍ନ ସ୍ୱାଦର ମନଲୋଭା ଗୀତ ଶୁଣିବାକୁ ମିଳିବ ଏହି ଫିଲ୍ମରେ । ଚଳଚ୍ଚିତ୍ର ରହସ୍ୟରେ ସଙ୍ଗୀତର ଭାର ତୁଲାଇଛନ୍ତି ନିହାର – ଶାନ୍ତନୁ । କାବ୍ୟା ଓ ତୁଷାର୍ଙ୍କ ବ୍ୟତୀତ ଜଗନ୍ନାଥ ଘୋଷ, ଅଂଶୁମାନ ସାମଲ୍, ସୁଦୀପ୍ତା ଓ ବିକାଶ ରଂଜନଙ୍କ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ, ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ରହସ୍ୟ । ସିନେମାଟି ୫ ଅକ୍ଟୋବରରେ ରିଲିଜ୍ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More