Only for Entertainment

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡିଆ ଫିଲ୍ମ, କାନ୍ସରେ ପ୍ରଦର୍ଶୀତ ହେବ ଓଡିଆ ସର୍ଟ ଫିଲ୍ମ ‘ସ୍ୱାହା’ !

25

ଅନ୍ତର୍ଜାତୀୟ ମଂଚରେ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଓଡିଆ ଫିଲ୍ମ ମେକର୍ ଶିଶିର କୁମାର୍ ସାହୁ । ଯାହାଙ୍କ ନିର୍ଦ୍ଦେଶିତ ସର୍ଟ ଫିଲ୍ମ ସ୍ୱାହା, ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ କାନ୍ସରେ ହୋଇଛି ସାମିଲ୍ । ପ୍ରଦୀପ ସାହୁଙ୍କ ପ୍ରଯୋଜିତ ଏହି ସର୍ଟ ଫିଲ୍ମ ଆସନ୍ତା ୨୩ ତାରିଖରେ କାନ୍ସରେ ପ୍ରଦର୍ଶୀତ ହେବ ।

କବି ଓ କବିତା, ପିଢି ପିଢି ଭିତରେ ତାରତମ୍ୟ, ଏଭଳି ଏକ ବିଷୟ ବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଓଡିଆ ସର୍ଟ ଫିଲ୍ମ ସ୍ୱାହା । ଜଣେ ବୟସ୍କ କବି ଓ ଜଣେ ଯୁବତୀ କବିଙ୍କ ମଧ୍ୟରେ ପ୍ରଭେଦ ଓ ଚିନ୍ତାର ଆଦାନ ପ୍ରଦାନକୁ ନେଇ ଏହି ସିନେମାଟି ପ୍ରସ୍ତୁତ କରିଛନ୍ତି ଓଡିଶାର ଯୁବ ଫିଲ୍ମ ମେକର୍ ଶିଶିର କୁମାର୍ ସାହୁ । ଯାହା ଅନ୍ତର୍ଜାତୀୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ହୋଇଛି ସାମିଲ୍ ।


ଓଡିଆ ଚଳଚ୍ଚିତ୍ର, ଟେଲିଭିଜନ୍ ଓ ମଂଚ ଦୁନିଆର ବରିଷ୍ଠ ଅଭିନେତା ସୁରେଶ ମିଶ୍ର ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଏହି ସିନେମାର ସଂଳାପ ଓ ଚିତ୍ରନାଟ୍ୟ ଦାୟିତ୍ୱ ତୁଲାଇଛନ୍ତି । ଏହାଛାଡ ସିନେମାରେ ଶୁଭସ୍ମିତା ରଥ ଓ ପଲ୍ଲବି ବାର୍ବିଙ୍କୁ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ସିନେମାର ପ୍ରଯୋଜନା କରିଛନ୍ତି ପ୍ରଦୀପ ସାହୁ ।

ଜେନେରେସନ୍ ଗ୍ୟାପ୍ ଭଳି ଏକ ବିଷୟ ବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ସ୍ୱାହା ପ୍ରଥମ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ୍ ହୋଇଛି । ଯାହା ଜାତୀୟ ମଂଚରେ ଓଡିଶା ପାଇଁ ଆଣିଛି ଗର୍ବ ଆଉ ଗୌରବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More