Only for Entertainment

ବିଶ୍ୱ ପରିବେଶ ଦିବସରେ ପୁଣି ହସି ଉଠିଲା ଓଡ଼ିଶା ।

kanaklifestyle
74

ଗତକାଲି ପାଳନ ହୋଇ ସାରିଛି ବିଶ୍ୱ ପରିବେଶ ଦିବସ । ଏକ ସୁନ୍ଦର ପରିବେଶ ତିଆରି କରିପାରିଲେ ଏକ ସ୍ୱଚ୍ଛ ସମାଜ ନିର୍ମାଣ ହୋଇପାରିବ । ଏହା ଆମ ସମସ୍ତଙ୍କ ଉପରେ ନିର୍ଭର କରେ । ସୁନ୍ଦର ବୃଥିବୀରେ ଯତ୍ନଶୀଳ ସମାଜର ଏକ ପ୍ରମୁଖ ଭୂମିକା ରହିଛି । ଉଚ୍ଚ କୋଟୀର ଚିନ୍ତାଧାରା ଏବଂ ବାସ୍ତବ କାର୍ଯ୍ୟ ସଫଳତାର ଏକ ଚାବି କାଠି କହିଲେ ଭୁଲ ହେବ ନାହିଁ । ତେଣୁ ସମସ୍ତେ ଏକ ନିଷ୍ପତ୍ତି ନେବା ଉଚିତଯେ କିପରି ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।

 

ମଧ୍ୟ-ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ ଗତକାଲି ଗଛ ରୋପଣ କରି ଏକ ସୁନ୍ଦର କଥା କହିଛନ୍ତି । ଜନତାଙ୍କୁ ଠାରୁ ଯେତିକି ଭୋଟ ପାଇଛି ସେତିକି ଗଛ ଲଗାଇବି କହିଛନ୍ତି । ତାଙ୍କର ଏଭଳି ଚିନ୍ତାଧାରାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ପ୍ରାୟ ୧ ମାସ ପୂର୍ବେ ବାତ୍ୟାରେ ଛିନ୍ନ ବିଛିନ୍ନ ହୋଇ ତଳେ ପଡ଼ି ଯାଇଥିବା ଓଡ଼ିଶା ପୁଣିଥରେ ଉଠିବା ପାଇଁ ସାହସ ବାନ୍ଧିଛି । ତାହା କେବଳ ସମସ୍ତଙ୍କର ପ୍ରଚେଷ୍ଟା ପାଇଁ ।

ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଲୋକ ମାନଙ୍କୁ ଗଛ ଲଗାଉ ଥିବାର ଦେଖିବାକୁ ମିଳିଛି । ଯାହା ସୁନ୍ଦର ପରିବେଶ ନିର୍ମାଣ କରିବାର ଏକ ଅଭିନବ ପ୍ରୟାସ ନିଶ୍ଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More