Only for Entertainment

ଜାଣନ୍ତୁ ନଡ଼ିଆର ଉପକାରୀତା ବିଷୟରେ ।

youtube
0 37

ନଡିଆର ବ୍ୟବହାର ସାଧାରଣତଃ ପୂଜା ପାଠରେ ହୋଇଥାଏ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ନଡିଆ ଆମ ଶରୀର ପ୍ରତି କେତେ ହିତକର ହୋଇଥାଏ । ଏହା ଶରୀରରେ ଇମ୍ୟୁନିଟି ପାୱାର ବଢାଇବା ସହ ମସ୍ତିଷ୍କକୁ ତିଖଣ୍ କରିଥାଏ । ଏହାର ଅନ୍ୟ କେତେକ ଫାଇଦା ବିଷୟରେ କହିଛନ୍ତି ଭୋପାଲର ଆୟୁର୍ବେଦିକ ଏକ୍ସପର୍ଟ ଏବଂ ଲଣ୍ଡନରେ ପିଏଚଡି କରିଥିବା ଗୀତାଞ୍ଜଳି ଶର୍ମା ।

ଡ. ଶର୍ମା କହିଛନ୍ତି ନଡିଆରେ ଭିଟାମିନ, ମିନେରାଲ, କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ଭରପୁର ମାତ୍ରାରେ ରହିଛି । ଏଥିରେ ବହୁତ ମାତ୍ରାରେ ପାଣି ରହିଥାଏ । ସେହି ପାଣି ଶରୀରକୁ ହାଇଡ୍ରେଟ ରଖିବା ସହିତ ଶରୀରକୁ ଥଣ୍ଡା ରଖିଥାଏ । ପ୍ରତିଦିନ ନଡିଆର ପାଣି ଏବଂ ନଡିଆ ଖାଇବା ଦ୍ୱାରା କେଶ ଏବଂ ଚର୍ମ ସୁସ୍ଥ ରହିଥାଏ ।

ନଡିଆ ଖାଇବା ଦ୍ୱାରା ବହୁ ପ୍ରକାର ପେଟ ରୋଗ ମଧ୍ୟ ଭଲ ହୋଇଥାଏ । ଯଦି ଆପଣ କୋଷ୍ଟକାଠିନ୍ୟ ଭଳି କଷ୍ଟକର ରୋଗରେ ପୀଡିତ ଅଛନ୍ତି ତେବେ ରାତିରେ ନଡିଆର ଏକ ବଡ ଖଣ୍ଡକୁ ଖାଇ ଶୋଇପଡିବା ଦ୍ୱାରା କଷ୍ଟରୁ କିଛି ମାତ୍ରାରେ ତ୍ରାହି ମିଳିଥାଏ । ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ପେଟ ସଫା ହେବା ସହ ସବୁ ପ୍ରକାର ପେଟ ରୋଗରୁ ମୁକ୍ତି ପାଇ ହେବ ।

• ଯଦି ଆପଣଙ୍କର ଗରମଦିନେ ନାକରୁ ରକ୍ତ ବାହାରୁଛି ତେବେ ସାମାନ୍ୟ ମିଶିରି ସହ ନଡିଆର ସେବନ କରିଲେ ଏଥିରୁ ମୁକ୍ତି ପାଇପାରିବେ ।

• ଯଦି କୌଣସି ବ୍ୟକ୍ତିଙ୍କର ବାରମ୍ବାର ବାନ୍ତି ହେଉଛି ତେବେ ନଡିଆର ଏକ ଛୋଟ ଖଣ୍ଡକୁ ପାଟିରେ ପୁରାଇ ଚୋବାଇବା ଫଳରେ ବାନ୍ତି ହୋଇନଥାଏ ।

• କେବଳ ସେତିକି ନୁହେଁ ନଡିଆରେ ବହୁ ମାତ୍ରାରେ କୋଲେଷ୍ଟର ପରିମାଣ ଥିବାରୁ ଫୁସଫୁସ ମଧ୍ୟ ସୁସ୍ଥ ରହିଥାଏ ।

• ଏହା ଏକ ଭଲ ଆଣ୍ଟିବାୟୋଟିକର ମଧ୍ୟ କାମ କରିଥାଏ, ଯାହା ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ଆଲର୍ଜି ମଧ୍ୟ ଦୂର କରିଥାଏ ।

• ନଡିଆ ତେଲ ଏକ ଭଲ ସନ୍ସ କ୍ରିମର ବି କାମ କରିଥାଏ । ଖରାରେ ବାହାରିବା ପୂର୍ବରୁ ତେଲକୁ ଶରୀରରେ ମାଲିସ କରି ବାହାରିଲେ ଖରାରେ ଚର୍ମକୁ ରକ୍ଷା ମିଳିଥାଏ । ତେବେ ଡେରି କାହିଁକି ଆପଣଙ୍କ ପ୍ରତିଦିନର ଭୋଜନରେ ନଡିଆକୁ ମଧ୍ୟ ସାମିଲ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More