Only for Entertainment

ରିଲିଜ ହେଲା ‘ୟମଲା ପଗଲା ଦିୱାନା ଫିର ସେ’ର ଟ୍ରେଲର, କେବଳ ସଲମାନ ନୁହେଁ ରେଖା ଏବଂ ସୋନାକ୍ଷୀଙ୍କର ମଧ୍ୟ ରହିଛି ସ୍ପେଶାଲ ଏଣ୍ଟ୍ରି ।

zee news
0 30

ଧର୍ମେନ୍ଦ୍ର, ସନି ଦେଓଲ ଏବଂ ବବି ଦଓଲଙ୍କ କମେଡି ଫିଲ୍ମ ସିରିଜ, ‘ୟମଲା ପଗଲା ଦିୱାନା’ର ତୃତୀୟ ଫିଲ୍ମ ‘ୟମଲା ପଗଲା ଦିୱାନା ଫିର ସେ’ର ମଜାଦାର ଟ୍ରେଲର ରିଲିଜ ହୋଇସାରିଛି । କମେଡିରେ ଭରପୁର ଏହି ଫିଲ୍ମରେ ଦର୍ଶକଙ୍କୁ ଅନେକ ସରପ୍ରାଇଜ ପ୍ୟାକେଜ ଦେଖିବାକୁ ମିଳିବ । ଦେଓଲ ପରିବାରର ଏହି କମେଡି ଫିଲ୍ମରେ ସଲମାନ ଖାନଙ୍କ ଏଣ୍ଟ୍ରି ରହିଛି ବୋଲି ଆଗରୁ ଖବର ଶୁଣିବାକୁ ମିଳିଥିଲେ ।

ତେବେ ଫିଲ୍ମରେ କେବଳ ସଲମାନ ଖାନଙ୍କ ସ୍ପେଶାଲ ଏଣ୍ଟ୍ରି ନୁହେଁ ବରଂ ଶତୃଘ୍ନ ସିହ୍ନା, ସୋନାକ୍ଷୀ ସିହ୍ନା ଏବଂ ଅଭିନେତ୍ରୀ ରେଖାଙ୍କର ସ୍ପେଶାଲ ଏଣ୍ଟ୍ରି ଦେଖିବାକୁ ମିଳିବ । ଟ୍ରେଲରର ଶେଷରେ ସଲମାନ ଖାନ, ସୋନାକ୍ଷୀ ଏବଂ ରେଖାଙ୍କର ମଜାଦାର ରିମିକ୍ସ ଗୀତ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ନବନୀତ ସିଂ ଦେଇଥିବା ବେଳେ ଫିଲ୍ମ ୩୧ ଅଗଷ୍ଟରେ ରିଲିଜ ହେବ ।

ଦେଖନ୍ତୁ ଟ୍ରେଲର –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More