Only for Entertainment

ମୁକ୍ତିଲାଭ କରିବାକୁ ଯାଉଛି ବାୟୋଗ୍ରାଫିକାଲ୍ ଫିଲ୍ମ ‘ଏସ୍.ପି ଚୌହ୍ୱାନ୍ – ଅ ଷ୍ଟ୍ରଗଲିଂ ମ୍ୟାନ୍’

35

ବଲିଉଡ୍ ଅଭିନେତା ଜିମି ସର୍ଗିଲଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିବ ଆଗାମୀ ଫିଲ୍ମ ‘ଏସ୍.ପି ଚୌହ୍ୱାନ୍ – ଅ ଷ୍ଟ୍ରଗଲିଂ ମ୍ୟାନ୍’ରେ । ଅନେକ ଦିନ ପରେ ଏପରି ଏକ ଭିନ୍ନ ଚରିତ୍ରକୁ ନେଇ ଅଭିନୟ କରିଛନ୍ତି ଜିମ୍ମି । ସିନେମାର ପ୍ରଥମ ଟ୍ରେଲର୍ ଏବେ ରିଲିଜ୍ ହୋଇଛି । ଯେଉଁଥିରେ ଜଣେ ସାଧାରଣ ବ୍ୟକ୍ତି ସତପାଲ୍ ଚୌହ୍ୱାନ୍ ଚରିତ୍ରରେ ନଜର ଆସିବେ ଜିମ୍ମି ସର୍ଗିଲ୍ ।

ଖୁବଶୀଘ୍ର ବଲିଉଡ୍ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ବାୟୋଗ୍ରାଫିକାଲ୍ ଫିଲ୍ମ ‘ଏସ୍.ପି ଚୌହ୍ୱାନ୍ – ଅ ଷ୍ଟ୍ରଗଲିଂ ମ୍ୟାନ୍’ । ସିନେମାର କାହାଣୀ ଆପଣମାନଙ୍କୁ ନେଇଯିବ ୧୯୭୦ ମସିହା । ପଂଜାବର ଜଣେ ସାଧାର ବ୍ୟକ୍ତି ସତପାଲ୍ ଚୌହ୍ୱାନଙ୍କ ଜୀବନର ଉତ୍ଥାନ ପତ୍ନ ଦେଖିବାକୁ ମିଳିବ ଏହି ସିନେମାରେ । ପୃଥ୍ୱୀରାଜ ଚୌହ୍ୱାନଙ୍କ ବଂଶଜ ସତପାଲ୍ ଚୌହ୍ୱାନ୍ ଜଣେ ସଚ୍ଚୋଟ ଏବଂ ଅନ୍ୟର ସାହାଯ୍ୟ ଓ ଉପକାର କରୁଥିବା ବ୍ୟକ୍ତି । ସତ୍ୟ ଓ ନାୟର ଲଢେଇରେ ସତପାଲ୍କୁ କରିବାକୁ ପଡେ ଅନେକ ଅସୁବିଧାକୁ ସାମ୍ନା । ସିନେମାରେ ସତପାଲ୍ ଚୌହ୍ୱାନ ଭୂମିକାରେ ନଜର ଆସିବେ ଅଭିନେତା ଜିମ୍ମି ସର୍ଗିଲ୍ । ଫିଲ୍ମରେ ଜିମ୍ମିଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ୟୁବିକା ଚୌଧୁରୀ ।

ଦୁହିଁଙ୍କ ଭିତରେ ହାଲକା ଫୁଲକା ରୋମାନ୍ସ ଦେଖିବାକୁ ମିଳିବ ଏହି ସିନେମାରେ । ସିନେମାରେ ୟଶପାଲ୍ ଶର୍ମାଙ୍କୁ ମଧ୍ୟ ଅନ୍ୟ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାର ପ୍ରଯୋଜନା କରିଛନ୍ତି ମୟଙ୍କ ରାଘଭ୍, ଦୀପ୍ତି ରାଘଭ୍ ଓ ଶୀବାନୀ ଚୌହ୍ୱାନ । ଆଉ ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମନୋଜ୍ କୁମାର୍ ଝା । ଫେବୃୟାରୀ ୭ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଏସ.ପି ଚୌହ୍ୱାନ୍ – ଅ ଷ୍ଟ୍ରଗଲିଂ ମ୍ୟାନ୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More