Only for Entertainment

ହାଇଦ୍ରାବଦରେ ଜଳ ସଙ୍କଟ ଦେଖି ନାଗାର୍ଜୁନଙ୍କ ବୋହୁ ନେଲେ ‘ୱାନ ବକେଟ ଚ୍ୟାଲେଂଜ’, ଆପଣ କେବେ?

pinkvilla
211

କୁହାଯାଏ ଜଳ ବିହୁନେ ସୃଷ୍ଟି ନାଶ ଏବଂ ଜଳ ବହୁଳେ ସୃଷ୍ଟି ନାଶ । ଏହିଭଳି କିଛି ପରିସ୍ଥିତି ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଯଦିଓ ପ୍ରଚୁର ଜଳର ସାମ୍ନା କରୁନାହାଁନ୍ତି ଲୋକ, କିନ୍ତୁ ଜଳର ଅଭାବୀ ପରିସ୍ଥିତି ଜୀବଜନ୍ତୁଙ୍କ ଜୀବନକୁ ନର୍କ କରି ଦେଇଛି । ଗାଧୋଇବା ପାଇଁ ପାଣି ମିଳିବା ଦୂରେ ଥାଉ ଏଠାରେ ପିଇବା ପାଇଁ ପାନୀୟ ପାଣି ମଧ୍ୟ ମିଳୁନାହିଁ । ହାହାକାରରେ ଲୋକଙ୍କ ଜୀବନ ବିତୁଛି । ନିକଟରେ ତାମିଲନାଡୁ ସରକାର ଟ୍ରେନରେ ଚେନ୍ନାଇକୁ ୨୫ ଲକ୍ଷ ଲିଟର ପାଣି ପଠାଇଥିଲେ, କିନ୍ତୁ ଏହା ସ୍ଥାୟୀ ସମାଧାନ ହୋଇନପାରେ । ଏଭଳି ଅଭାବନୀୟ ପରିସ୍ଥିତିକୁ ସାମ୍ନାରେ ରଖି ସମସ୍ତେ କିଭଳି ଜଳ ସଂରକ୍ଷଣ କରିପାରିବେ ସେଥିପ୍ରତି ସଚେତନ ହେବା ଉଚିତ । ଯାହାକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଛି ଏକ ନୂଆ ଟ୍ରେଣ୍ଡ । ଯେଉଁଥିରେ ୱାନ ବକେଟ ଚ୍ୟାଲେଂଜ’ ଭଳି ଟ୍ରେଣ୍ଡ ନଜର ଆସିଛି ।

 

ହାଇଦ୍ରାବାଦ ଏବେ ଜଳ ସଙ୍କଟରେ ଗତି କରୁଥିବା ବେଳେ ନିକଟରେ ନାଗାର୍ଜୁନଙ୍କ ବୋହୂ ସମନ୍ଥା ଅକିନେନି ନେଇଛନ୍ତି ଏହି ଚ୍ୟାଲେଂଜ । ଯେଉଁଥିରେ ସେ ଏକ ସୁନ୍ଦର କ୍ୟାପ୍ସନରେ ଲେଖିଛନ୍ତି କିଭଳି ପାଣିର ଦୁରୂପୋଯୋଗ କରିବା ଅନୁଚିତ । ଏହା ସହିତ ସମନ୍ଥା ଲେଖିଛନ୍ତି ନା ଅଧିକ ସମୟର ସାୱାର, ନା ୱାଶିଂ ଭେହିକିଲ, ନା ମୁହଁ ଧୋଇବା ସମୟରେ ଟ୍ୟାପକୁ ଅଯଥାରେ ଖୋଲିବା । ଏହା ସହିତ ତାଙ୍କ ସହିତ କେଉଁମାନେ ଅଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

କହିରଖୁଛୁ ଯଦି ଜଳକୁ ଅଯଥା ବ୍ୟବହାର ନ କରି ଆବଶ୍ୟକ ଅନୁସାରେ ବ୍ୟବହାର କରାଯିବ ହୁଏତ ଏଭଳି ପରିସ୍ଥିତିରୁ କିଛି ମାତ୍ରାରେ ରକ୍ଷା ମିଳିପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More