Only for Entertainment

ଓଲିଉଡ ନାୟିକା ଅର୍ଚ୍ଚିତା ସାହୁ ଖୋଲିଲେ ନିଜର ଫିଟନେସ ରାଜ୍, ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ !

99

ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ନିକଟରେ ତାଙ୍କ ଆଗାମୀ ଫିଲ୍ମ ‘ଚାମ୍ପିୟନ’ର ପ୍ରସ୍ତୁତି ପାଇଁ ବ୍ୟସ୍ତ ଥିଲେ । ସୁଟିଂ ସେଟର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ଅପଡେଟ ଦେଉଥିଲେ । ଏବେ ସେ ତାଙ୍କ ଫିଲ୍ମ ପ୍ରମୋସନରେ ଖୁବ ବ୍ୟସ୍ତ ଅଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଅର୍ଚ୍ଚିତା ସବୁବେଳେ ଭିନ୍ନ ଭୂମିକା ତୁଲାଇବାକୁ ପସନ୍ଦ କରନ୍ତି । ଏସିପି ସାଗରିକା ସେହିଭଳି ଏକ ଫିଲ୍ମ ଥିଲା , ଯେଉଁଥିରେ ଅର୍ଚ୍ଚିତାଙ୍କ ଦିଲକସ ଅନ୍ଦାଜ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଅର୍ଚ୍ଚିତା ପୁଲିସ ଭୂମିକାରେ ନଜର ଆସିଥିଲେ ।
ନିକଟରେ ସେ ତାଙ୍କ ବକ୍ସିଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହା ତାଙ୍କ ଆଗାମୀ ଫିଲ୍ମର ଚରିତ୍ର ରହିଛି । ଏହି ଭିଡିଓରେ ଅର୍ଚ୍ଚିତା ତାଙ୍କର ଷ୍ଟାମିନା ବଢାଇବା ପାଇଁ ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି ।

ଏକ ଖବର ମୂତାବକ ଏହି ନାୟିକାଙ୍କୁ ପ୍ରତିଦିନ ୨ଘଂଟା ଜିମ୍ ରେ ୱାର୍କ ଆଉଟ କରିବାକୁ ପଡୁଥିଲା ଏବଂ ୪ଘଂଟା ବକ୍ସିଂ କୋଚିଂ ନେଉଥିଲେ । ସେ ତାଙ୍କର ଏହି ଅପକମିଂ ଫିଲ୍ମ ପାଇଁ ୬ମାସ ଖୁବ ଝାଳ ବୁହାଇଛନ୍ତି ।

ଏଠାରେ ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମଟି ରହିଛି ଏକ ଗାଁ ଝିଅକୁ ନେଇ , ଯିଏ ଅନେକ ପରିଶ୍ରମ ଓ କଷ୍ଟ ସହି ଗାଁ ଲୋକଙ୍କ ଉନ୍ନତି ପାଇଁ ବକ୍ସିରେ ଭାଗ ନେଉଛି । ଲଢେଇ କରୁଛି । ଫିଲ୍ମର ନିର୍ଦ୍ଧେଶନା ଭାର ତୁଲାଇଛନ୍ତି କେ. ମୁରଲିଧରନ ଏବଂ ପ୍ରଯୋଜନା କରିଛନ୍ତି କେ. ଗାନ୍ଧାର ରେଡ୍ଡି ଏବଂ ଦିପ୍ତୀ । ସଙ୍ଗୀତଭାର ତୁଲାଇଛନ୍ତି ବୈଦ୍ୟନାଥ । ଏହି ଫିଲ୍ମରେ ଅର୍ଚ୍ଚିତା ବିପକ୍ଷରେ ନଜର ଆସିବେ ଶାନୁ । ଏହା ବ୍ୟତୀତ ପୃଥ୍ୱୀରାଜ ଏବଂ ମନୋଜ ମିଶ୍ରଙ୍କ ଭଳି କଳାକାର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More