Only for Entertainment

ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କଲେ ଅଭିନେତା ଅରିନ୍ଦମ, ଫ୍ୟାନମାନଙ୍କ ସହିତ ଉଠାଇଲେ ସେଲ୍ଫି ।

facebook
41

ପୂଜା ପାଲଟିଛି ସମ୍ପର୍କ ସାଉଁଟିବାର ଅବସର । ନିଜ ନିଜ ସିଡ୍ୟୁଲ୍ ଅନୁଯାୟୀ ସିନେ ତାରକା ବର୍ଷତମାମ୍ ବ୍ୟସ୍ତ ରହୁଥିବା ବେଳେ ଦଶହରା ବେଳେ ପରସ୍ପରକୁ ସାକ୍ଷାତ କରି ବନ୍ଧନକୁ ମଜବୁତ୍ କରୁଛନ୍ତି । ସମୁଦାୟ ଭାବେ ପାର୍ବଣ ଯେଭଳି ତାରକାଙ୍କ ପାଇଁ ସେହି ଅବସର ଆଣିଦେଇଛି ଯେବେ ଫୁର୍ସତରେ ଟିକେ ମନଭରି ଜିଇଁ ହେବ ଜୀବନକୁ ।

ଏହି ପୂଜା ଅବସରରେ କେବଳ ବଲିଉଡ ସେଲିବ୍ରିଟି ନୁହଁନ୍ତି ଓଲିଉଡ ତାରକା ମଧ୍ୟ ପୂଜା ମଣ୍ଡପ ବୂୁଲି ମା ‘ଙ୍କ ଆଶୀର୍ବାଦ ନେଇଛନ୍ତି । କଟକର ବିଭିର୍ଣ୍ଣ ପୂଜା ମଣ୍ଡପରେ ଓଲିଉଡ଼ ଅଭିନେତା ଅରିନ୍ଦମ ରାୟ ବୁଲି ମଜା ଉଠାଇଛନ୍ତି ।

ବିଭିନ୍ନ ପୂଜା ମଣ୍ଡପରେ ଅରିନ୍ଦମ ମାଙ୍କୁ ଦର୍ଶନ କରିବା ସମୟରେ ପୂଜା ମଣ୍ଡପରେ ତାଙ୍କ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା ଓ ଅରିନ୍ଦମଙ୍କ ଫ୍ୟାନମାନେ ତାଙ୍କ ସହ ସେଲଫି ଉଠାଇବାକୁ ଲାଗିପଡ଼ିଥିଲେ । ଅରିନ୍ଦମ ମଧ୍ୟ ବେଶ କିଛିସମୟ ନିଜ ପ୍ରଶଂସକଙ୍କ ଗହଣରେ କାଟିଥିଲେ । ଓଲିଉଡର ଏହି ଲୋକପ୍ରିୟ ନାୟକଙ୍କୁ ପାଖରେ ପାଇ ତାଙ୍କ ପ୍ରସଶଙ୍କ ମାନେ ବେଶ ଖୁସି ହୋଇଥିଲେ ।

arindum 1

ସେପଟେ ଅରିନ୍ଦମ କହିଛନ୍ତି ଯେ ମୁଁ କଟିକିଆ, ନବମୀରେ ପୂଜା ମଣ୍ଡପ ବୁଲିବା ଓ ନିଜ ଫ୍ୟାନଙ୍କ ସହ ସମୟ କାଟିବାରେ ମୁଁ ବେଶ ଆନନ୍ଦିତ । ଶାରଦୀୟ ଦୁର୍ଗାପୂଜାରେ କଟକରେ କିଭଳି ଭାଇଚାରା ବଜାଇ ରହିଛି ତାହାର ଏହା ହେଉଛି ଏକ ଉଦାହରଣ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More