Only for Entertainment

ଚର୍ଚ୍ଚାରେ ଓଲିଉଡ୍ ଆକ୍ସନ୍ ଷ୍ଟାର୍ ଫାଇଟ୍ କରିବାରେ ମାହିର୍ ଜ୍ୟୋତି !

ollywoodlife
0 54

ଅଭିନେତା ଜ୍ୟୋତିଙ୍କୁ ନେଇ ଏବେ ଓଲିଉଡରେ ଜୋର୍ ଚର୍ଚ୍ଚା । ଏକ ସେ ଏକ ଆକ୍ସନ୍ – ରୋମାଂଟିକ୍ ସିନେମା ଭେଟି ଦେଇ ଓଡିଆ ଦର୍ଶକଙ୍କ ଫେବରେଟ୍ ହୋଇଛନ୍ତି ଜ୍ୟୋତି । ଜ୍ୟୋତିଙ୍କ ବଢୁଥିବା ଚାହିଦାକୁ ଦେଖି ଏବେ ତାଙ୍କୁ ମିଳିଛି ଆଉ ଏକ ସିନେମାର ଅଫର୍ । ଯାହାର ଟାଇଟେଲ୍ ରହିଛି ତୁ ମୋ ସୁନା ଚଢେଇ । ଫିଲ୍ମରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ବଙ୍ଗୀୟ ସୁନ୍ଦରୀ ଏଲସା । ନିକଟରେ ଏହି ସିନେମାର ଚାଲିଥିଲା ଏକ ଆକ୍ସନ୍ ସିକ୍ୱେନ୍ସର ସୁଟିଂ । ଯେଉଁଠି ନାୟକ ଜ୍ୟୋତି ବେଶ ଜବରଦସ୍ତ ଫାଇଟ୍ କରିବାରେ ଆସିଥିଲେ ନଜର ।

ଚାଲିଛି ଆଗାମୀ ଓଲିଉଡ୍ ମୁଭି ‘ତୁ ମୋ ସୁନା ଚଢେଇ’ର ଆକ୍ସନ ସିକ୍ୱେନ୍ସର ସୁଟିଂ । ବିଛ ରାସ୍ତାରେ ନାୟକ ଓ ଖଳନାୟକ ଭିତରେ ଚାଲିଛି ଜୋର୍ ଦାର୍ ଫାଇଟ୍ । ନାୟକ ଭାବେ ଅଭିନେତା ଜ୍ୟୋତି ନିଜ ଷ୍ଟଂଟ୍ ସିନ୍ ଦେବାରେ ଅଛନ୍ତି ବ୍ୟସ୍ତ । ଗୁଣ୍ଡାଙ୍କ ସହ ଜବରଦସ୍ତ ଫାଇଟ୍ କରିବାରେ ନଜର ଆସିଛନ୍ତି ଜ୍ୟୋତି ଆଉ ଖଳନାୟକ ଭାବେ ନଜର ଆସିଛନ୍ତି ଅଭିନେତା କେ.କେ । ସହର ବାହାରେ ଏକ ଖାଲି ପଡିଆରେ ଚାଲିଛି ଫାଇଟ୍ ସିନର ସୁଟିଂ ।

କେବଳ ଜ୍ୟୋତି କି କେ.କେ ନୁହଁନ୍ତି । ନାୟିକା ଏଲସାଙ୍କୁ ମଧ୍ୟ ଏଠାରେ ଫାଇଟ୍ କରିବାରେ ଦେଖିବାକୁ ମିଳିଛି । ଗୁଣ୍ଡାଙ୍କ ସହ ଆକ୍ସନ୍ ସିନ୍ ସୁଟ୍ କରିବାରେ ନଜର ଆସିଛନ୍ତି ବଙ୍ଗୀୟ ସୁନ୍ଦରୀ ଏଲସା । ଏହି ଚଳଚ୍ଚିତ୍ରରେ ଏଲସା ଜଣେ ନାଗୁଣୀ ଚରିତ୍ରରେ ନଜର ଆସିବେ । ଆଉ ନିଜର ଏହି ଭିନ୍ନ ଚରିତ୍ର ପାଇଁ ୟୁନିକ୍ ଲୁକ୍ ଆଉ ମେକଅପ୍ ମଧ୍ୟ ଦିଆ ଯାଇଛି ଏଲସାଙ୍କୁ । ତେବେ ଏଠାରେ ସେ ନିଜ ନାୟକଙ୍କୁ ବଂଚାଇବା ପାଇଁ ଭିଲିଆନ୍ଙ୍କୁ ମାରିବାରେ ନଜର ଆସିଛନ୍ତି ।

ଓଲିଉଡ୍ ପରଦାରେ ଏମିତି ଏକ ଭିନ୍ନ ସ୍ୱାଦର କାହାଣୀ କୁ ନେଇ ସିନେମା ପ୍ରସ୍ତୁତ କରୁଛନ୍ତି ନିର୍ଦ୍ଦେଶକ ଦୀଲିପ ପଣ୍ଡା । ଏହି ସିନେମାର ସୁଟିଂ ପାଖପାଖି ଶେଷ ହୋଇଥିବାବେଳେ, ଏହା ଖୁବଶୀଘ୍ର ପରଦାକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More