Only for Entertainment

ସୁଧୁରୁଛି ପପୁଙ୍କ ଅବସ୍ଥା ।

Odisha Sun Times
0 43

ହାସ୍ୟ ଅଭିନେତା ପପୁ ପମ ପମ ଗୁରୁତର ଭାବେ ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱରର ଏକ ଘରୋ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ପାନ୍କ୍ରିଆସରେ ଇନଫେକ୍ସନ୍ ଥିବାରୁ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା କରାଯାଉଛି । ଆଉ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା ଖବର ମିଳିଛି ।

ହାସ୍ୟ ଅଭିନେତା ଭାବେ ପପୁ ପମ ପମ ସାରା ରାଜ୍ୟରେ ବେଶ ଜଣାଶୁଣା । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବି ସେ ରହିଛନ୍ତି ବେଶ ସକ୍ରିୟ । ଆଉ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ଓଲଉଡ୍ କଳାକାର । ନିକଟରେ ଅନେକ ଷ୍ଟାର୍ ରାମ ମନ୍ଦିରରେ ପହଁଚି ପପୁଙ୍କ ଉଦ୍ଦେଶ୍ୟରେ ପୂଜାଚର୍ଚ୍ଚନା କରିଛନ୍ତି । ସେପଟେ ପପୁ ପମ ପମଙ୍କ ଆରୋଗ୍ୟ କାମନା କରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More