ଅଭିନେତା ସବ୍ୟସାଚୀ ମିଶ୍ର ଅନେକ ଓଲିଉଡ ସିନେମାରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ସେହିଭଳି ନିକଟରେ ତାଙ୍କ ଏକ ଓଲିଉଡ ଫିଲ୍ମ ‘ମାଲ ମହୁ ଜୀବନ ମାଟି’ରେ ନଜର ଆସିଥିଲେ । ଯାହା ଏକ କମେଡି ଡ୍ରାମା ଫିଲ୍ମ ଥିଲା । ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।
ତେବେ ନିକଟରେ ଅଭିନେତା ନିଜେ ସୋସିଆଲ ମିଡିଆରେ ତାଙ୍କର ଅପକମିଂ ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । ଖୁବଶୀଘ୍ର ସେ ଏକ ବଙ୍ଗଳା ଚଳଚ୍ଚିତ୍ରରେ ନଜର ଆସିବେ । ଏହା ଅଭିନେତାଙ୍କ ପ୍ରଥମ ବଙ୍ଗଳା ଫିଲ୍ମ । ଫିଲ୍ମର ନାଁ ରହିଛି ‘ରକ୍ତୋମୁଖୀ ନିଲା’ । ସେ ଏହି ଫିଲ୍ମରେ ‘ମନ୍ଦର ମୋହନ ମଲହୋତ୍ରା’ ଭୂମିକାରେ ନଜର ଆସିବେ ।
ଯାହାର ଲୁକ ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି । ଫିଲ୍ମ ସମ୍ବନ୍ଧିତ ଅଧିକ କିଛି ଜଣାଇ ନାହାନ୍ତି । ଏହି ଫିଲ୍ମ ଡିସେମ୍ବର୬ ଅର୍ଥାତ ଆସନ୍ତା କାଲି ପରଦାରେ ରିଲିଜ ହେବ । କୋଲକାତାର , ବିଜୋଲି ସିନେମାରେ ଅପରାହ୍ନ ୫ଟାରେ ଫିଲ୍ମର ପ୍ରିମିଅର ଦେଖିବାକୁ ମିଳିବ ।