Only for Entertainment

ଓଲିଉଡର ବଳିଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ । ଓଡ଼ିଆ ଇଣ୍ଡଷ୍ଟ୍ରିରେ ବିଷାଦର ଛାୟା ।

youtube
0 97

ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କେବେ ସେ ସ୍ତ୍ରୀ,କେବେ ମା,ଆଉ କେବେ ଭାଉଜ ରୂପରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛନ୍ତି । ଦୁଇ ତିନୋଟି ନୁହେଁ ବରଂ ୧୦୦ରୁ ଅଧିକ ଫିଲ୍ମରେ ନିଜର ନିଖୁଣ ଅଭିନୟକୁ ପରଦାରେ ଉପସ୍ଥାପନା କରିଛନ୍ତି । କେବଳଯେ ଓଲିଉଡରେ କାମ କରିଥିଲେ ତାହା ନୁହେଁ ବରଂ ଟଲିଉଡ ଏବଂ ବଲିଉଡରେ ମଧ୍ୟ ସେ କାମ କରିଥିଲେ । କିନ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଆ ଜାତିକୁ ଛାଡ଼ି ସେ ସବୁଦିନ ପାଇଁ ଚାଲି ଯାଇଛନ୍ତି । ସମସ୍ତଙ୍କ ଆଖିରେ ଲୁହ ଦେଇ ସେ ସବୁଦିନ ପାଇଁ ପଂଚଭୂତରେ ଲୀନ ହୋଇ ଯାଇଛନ୍ତି ।

୧୯୭୫ରେ ଅନିତା ଫିଚର ଫିଲ୍ମ ଯାଯାବରରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ବିଶେଷକରି ସେ ସପୋର୍ଟିଙ୍ଗ ଚରିତ୍ରରେ ଖୁବ ଅଭିନୟ କରିଛନ୍ତି । ୧୯୮୦ରେ ରାମାୟଣ,୧୯୮୩ରେ ସ୍ୱପ୍ନ ସାଗର,୧୯୯୪ରେ ଗଢି ଜାଣିଲେ ଘର ସୁନ୍ଦର,୨୦୦୪ରେ ସାଥିରେ ଭଳି ଫିଲ୍ମରେ ନଜର ଆସିଥିଲେ । ଏହା ବ୍ୟତୀତ କି ହେବ ଶୁଆ ପୋଷିଲେ ଏବଂ ସବୁଠାରୁ ସ୍ମରଣୀୟ ଫିଲ୍ମ ବାହୁଡ଼ିବେ ମୋ ଜଗା ବଳିଆରେ ଅଭିନୟ କରି ପ୍ରତି ଘରେ ଘରେ ପରିଚିତ ହୋଇଥିଲେ ।
କେବଳ ଫିଲ୍ମ ଦୁନିଆ ନୁହେଁ ବରଂ ଓଡ଼ିଆ ଭଜନରେ ମଧ୍ୟ ସେ ନିଜର କଳା ଦେଖାଇଛନ୍ତି । ‘ବାହୁଡି ଯାଏ ମୋ ବାହୁଡ଼ା ବ୍ରହ୍ମ’ ତାଙ୍କର ସବୁଠାରୁ ହୃଦୟସ୍ପର୍ଶୀ ଭଜନ ।

ଅନିତା ବହୁ ଦିନ ଧରି ଚିକିତ୍ସାରେ ଥିଲେ । ଆଜି କଟକସ୍ଥିତ ତାଙ୍କ ବାସଭବନରେ ୫୭ ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More