Only for Entertainment

ଓଲିଉଡ୍ ‘ଚ୍ୟାମ୍ପିଅନ୍’ଙ୍କ ନିଆରା ଅନ୍ଦାଜ୍, ସାମ୍ନାକୁ ଆସିଲା ‘ସ୍କାଏ ଡାଇଭିଂ’ ଟ୍ରେନିଂ ନେଉଥିବାର ଭିଡିଓ

ost
47

ପୁଣିଥରେ ନିଜକୁ ଚ୍ୟାମ୍ପିଅନ୍ ଭାବେ ପ୍ରମାଣିତ କରିଛନ୍ତି ଓଲିଉଡ୍ ସୁନ୍ଦରୀ ଅର୍ଚ୍ଚିତା ସାହୁ । ପରଦାରେ ବକ୍ସର୍ ଚରିତ୍ର ତୁଲାଇ ଚାମ୍ପିଅନ୍ ସାଜିଥିବା ଅର୍ଚ୍ଚିତା ରିୟଲ୍ ଲାଇଫରେ ନିଜକୁ ଚ୍ୟାମ୍ପିଅନ୍ ବୋଲି ପ୍ରମାଣିତ କରିଛନ୍ତି । ନିକଟରେ ସ୍କାଏ ଡାଇବିଂର ଉପଯୁକ୍ତ ତାଲିମ୍ ନେଇ, ଜଣେ ସାର୍ଟିଫାଏଡ୍ ସ୍କାଏ ଡାଇବର୍ ଭାବେ ସଫଳତା ହାତେଇଛନ୍ତି ଅର୍ଚ୍ଚିତା ।

ଆଉ ନିଜର ଏହି ସଫଳତାକୁ କନକ ନ୍ୟୁଜ୍ ସହ ସେୟାର୍ କରିଛନ୍ତି ଏହି ସୁନ୍ଦରୀ । ସ୍କାଏ ଡାଇବିଂ ଅଭ୍ୟାସ ସମୟର କିଛି ଭିଡିଓ ଫଟୋଅର୍ଚ୍ଚିତା କନକ ନ୍ୟୁଜ୍ ସହ କରିଛନ୍ତି ସେୟାର୍ ।

ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିଥିଲେ ଏହି ଓଲିଉଡ୍ ସୁନ୍ଦରୀ । ଆଉ ସେଠାରେ ସ୍କାଏ ଡାଇଭିଂର ସ୍ୱତନ୍ତ୍ର ତାଲିମ୍ ନେଇ ହୋଇ ପାରିଛନ୍ତି ସାର୍ଟିଫାଏଡ୍ ସ୍କାଏ ଡାଇବର୍ । ଇଏ ତ ହେଲା ତାଙ୍କ ବ୍ୟକ୍ତିଗତ ଜୀବନ କଥା ।

Archita Sahu

Ollywood actor Archita gets trained in skydiving skills.

Posted by Odisha Sun Times on Friday, September 13, 2019

ଅର୍ଚ୍ଚିତାଙ୍କ ଫିଲ୍ମ କ୍ୟାରିୟର୍ ବିଷୟରେ କହିବାକୁ ଗଲେ ସେ ଶୋଷ ଥର ପାଇଁ ଫିଲ୍ମ ‘ଅଭିମାନ’ରେ ନଜର ଆସିଥିଲେ । ଫିଲ୍ମ ରଥଯାତ୍ରା ଅବସରରେ ପରଦାକୁ ଆସିଥିଲା । ସିନେମାରେ ଅଭିନେତା ସବ୍ୟଶାଚୀଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଲେ ଏହି ଓଲିଉଡ୍ ଡିବା । ଫିଲ୍ମଟି ଓଲିଉଡ୍ ବକ୍ସ ଅଫିସରେ ହୋଇଥିଲା ସଫଳ । ୨୦୦୫ ମସିହାର ଫିଲ୍ମ ‘ଓ ମାଇ ଲଭ’ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଅର୍ଚ୍ଚିତା ଏବେ ଓଡିଶାର ଆଗ ଧାଡିର ନାୟିକା ଭାବେ ନିଜ ପରିଚୟ ବନାଇ ପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More