ଓଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ତଥା ମିସ୍ ଡିଭା ଅର୍ଚିତା ସାହୁଙ୍କୁ ‘ଅମରୀଶ୍ ପୁରୀ ଉତ୍କର୍ଷ ସମ୍ମାନ’ !
ଓଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ତଥା ମିସ୍ ଡିଭା ଅର୍ଚିତା ସାହୁ ‘ଅମରୀଶ୍ ପୁରୀ ଉତ୍କର୍ଷ ସମ୍ମାନ’ ଲାଭ କରିଛନ୍ତି। ଇଲାଇଟ୍ କ୍ଲବ୍ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ୨୨ତମ ସମ୍ବର୍ଧନା ଉତ୍ସବରେ କଳା ଓ ସଂସ୍କୃତିକୁ ଅବଦାନ ପାଇଁ ସେ ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନ ଲାଭ କରିଛନ୍ତି।
ଟିଭୋଲି ଗ୍ରାଣ୍ଡ୍ରେ ଗତ ୨୫ ତାରିଖରେ ଅନୁଷ୍ଠିତ ଏହି ସମ୍ବର୍ଧନା ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ, ଅସ୍ମିତ ପଟେଲ୍, ଆୟୁବ ଖାନ୍, ଶହାବ ଖାନ୍ଙ୍କ ଉପସ୍ଥିତିରେ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଗ୍ଲାଡ୍ରାଗ୍ସ ମିସ୍ ଇଣ୍ଡିଆ ଅମରପ୍ରୀତ୍, ମୁକେଶ ଛାବ୍ରା, ସମିତା ବୋଷ୍, ଇଲାଇଟ୍ କ୍ଲବ୍ ସଭାପତି ପୁଷ୍କର ମେହେଟ୍ଟା ଅର୍ଚିତାଙ୍କୁ ଏହି ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଛନ୍ତି।