Only for Entertainment

ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର , ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ।

395

ରାଜ୍ୟର ପରିଚିତ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର । ଆଲବମ ହିରୋଇନ ଦୀପା କ୍ୟାନସରରେ ପୀଡିତ ଥିବା ଜଣାପଡିଛି । କ୍ୟାନସରରେ ପୀଡିତ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଦିନେ ଆଲବମରେ ଅଭିନୟ କରି ଲୋକଙ୍କୁ ମନୋରଂଜନ କରୁଥିଲେ ଏହି ଅଭିନେତ୍ରୀ ଜଣକ ।

କିନ୍ତୁ ଏବେ କ୍ୟାନସରରେ ପୀଡିତ ହେବା ପରେ ଚିକିତ୍ସା ହେବା ପାଇଁ ଅର୍ଥ ସାଜିଛି ବାଧକ । ପାଖରେ ଟଙ୍କାଟିଏ ନାହିଁ ଚିକିତ୍ସା ହେବାକୁ । ଏହି ଅସହାୟ ସମୟରେ ଦୀପାଙ୍କ ଫିଲ୍ମ ଜଗତର କିଛି ବନ୍ଧୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଛନ୍ତି । ଦୀର୍ଘ ବର୍ଷ ହେବ ଦୀପା ଆଲବମ ଜଗତରୁ ଦୁରେଇ ରହିଥିଲେ । ଆଉ ଏବେ ସେ କ୍ୟାନସରରେ ପୀଡିତ ଥିବା ଖବର ସାମ୍ନାକୁ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More