Only for Entertainment

ସୋସିଆଲ ମିଡିଆରେ ବଢିଲା ଦିବ୍ୟାଙ୍କ ଚାହିଦା, ଭିନ୍ନ ଅନ୍ଦାଜରେ ଆସିଲେ ନଜର ।

instagram
0 66

ସୁନ୍ଦରଗଡର ସଲମାନ ଖାନ୍ ଫିଲ୍ମ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରୀରେ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି ଅଭିନେତ୍ରୀ ଦିବ୍ୟା ମହାନ୍ତି । ନିଜ ପ୍ରଥମ ସିନେମାରେ ବାବୁଶାନଙ୍କ ନାୟିକା ହେବା ମିଳିଲା ସୁଯୋଗ । ଆଉ ସିନେମାରେ ତାଙ୍କ ଅଭିନୟକୁ ବି ଦର୍ଶକ ଢେର ପସନ୍ଦ କରିଛନ୍ତି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି ।

ଚଳଚ୍ଚିତ୍ର ସୁନ୍ଦରଗଡର ସଲମାନ୍ ଖାନ୍ ଜରିଆରେ ଓଲିଉଡରେ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତ୍ରୀ ଦିବ୍ୟା ମହାନ୍ତିଙ୍କ ଚାହିଦା ଏବେ କାହିଁରେ କ’ଣ । ପ୍ରଥମ ଫିଲ୍ମରେ ହିଁ ତାଙ୍କୁ ମିଳିଛି ଭରପୁର ସଫଳତା । ଏହାସହ ସୋସିଆଲ୍ ମିଡିଆରେ ବି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଆଉ ତାଙ୍କ ଅନଲାଇନ୍ ଫ୍ୟାନଙ୍କ ପାଇଁ ଏହି ସୁନ୍ଦରୀ ସେୟାର୍ କରିଛନ୍ତି ନିଜର ଏକ ଡ୍ୟାନ୍ସ ଭିଡିଓ । ଭିଡିଓରେ ଦିବ୍ୟାଙ୍କୁ ଏକ ପଂଜାବି ଗୀତରେ ଡ୍ୟାନ୍ସ କରିବାରେ ଦେଖିବାକୁ ମିଳିଛି । ଦିବ୍ୟା ଜଣେ ପ୍ରଶିକ୍ଷିତ ଓଡିଶୀ ଡ୍ୟାନ୍ସର ହୋଇଥିବାବେଳେ, ମଡର୍ଣ୍ଣ ଡ୍ୟାନ୍ସରେ ମଧ୍ୟ ତାଙ୍କ ରୁଚି ରହିଛି । ଯାହା ଏହି ଭିଡିଓକୁ ଦେଖିଲେ ଜଣା ପଡୁଛି । ଦିବ୍ୟାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ..

After so long ???

A post shared by Divyadisha Mohanty (@divyamohanty1) on

‘ସୁନ୍ଦରଗଡର ସଲମାନ୍ ଖାନ୍’ ଦିବ୍ୟାଙ୍କ ପ୍ରଥମ ଓଲିଉଡ୍ ସିନେମା । ଏହା ପୂର୍ବରୁ ‘ଫିଲ୍ ମାଇ ଦିଲ୍’ ଟାଇଟେଲର ଏହି ସିନେମାକୁ ପ୍ରଥମେ ସାଇନ୍ କରିଥିଲେ ଦିବ୍ୟା । ଅଭିନେତା ସମ୍ବିତଙ୍କ ବିପକ୍ଷରେ ନାୟିକା ହୋଇ ଡେବ୍ୟୁ କରିଥାନ୍ତେ ଦିବ୍ୟା । ହେଲେ କୌଣସି କାରଣରୁ ଏହି ସିନେମାର ସୁଟିଂ ଆରମ୍ଭ ହୋଇ ପାରିଲା ନାହିଁ । ଏହାପରେ ତାଙ୍କୁ ବାବୁଶାନଙ୍କ ନାୟିକା ହେବାର ସୁଯୋଗ ମିଳିଲା ‘ସୁନ୍ଦରଗଡର ସଲମାନ୍ ଖାନ୍’ । ଏହି ସିନେମା ପାଇଁ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ହୋଇଗଲେ ଦିବ୍ୟା । ଏହାଛଡା ଓଲିଉଡରେ ଅଭିନୟ କରିବା ଆଗରୁ ସାଉଥ୍ ଇଣ୍ଡଷ୍ଟ୍ରୀରେ ନାୟିକା ଭାବେ ଅନେକ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି ଏହି ସୁନ୍ଦରୀ । ହେଲେ ଏବେ ଓଲିଉଡରେ ନିଜ ଅଭିନୟ ସଫର୍ ଜାରି ରଖିବେ ବୋଲି ଇଚ୍ଛା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More