Only for Entertainment

ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଅଡୁଆରେ ‘ମିଷ୍ଟର ମଜନୁ’ର ନାୟିକା, ଫଟୋ ଭାଇରାଲ

google
812

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଗତ ଶୁକ୍ରବାର ରିଲଜ ହୋଇଥିବା ‘ମିଷ୍ଟର ମଜନୁ’ ସିନେମାର ଅନ୍ୟତମ ନାୟିକା ଦିବ୍ୟାଙ୍କୁ ଏହି ଫଟୋରେ ଦେଖିବାକୁ ମିଳିଛି। ପରିବାର ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବେଳେ ଫଟୋଟି ଉଠାଯାଇଛି, ଯାହା ଭାଇରାଲ୍ ହୋଇଥିବା ଜଣାଯାଇଛି।ଏହି ଫଟୋରେ ଦିବ୍ୟାଙ୍କ ସମେତ ୫ଜଣ ଅଛନ୍ତି। ଏହି ଫଟୋଟି କିଏ ଭାଇରାଲ କରିଛି ତାହା ଜଣାପଡ଼ିନାହିଁ କଟକଣା ସତ୍ତ୍ୱେ ମନ୍ଦିର ଭିତରକୁ ସେମାନେ କିପରି ମୋବାଇଲ୍ ନେଇ ଏହି ଫଟୋ ଉଠାଇଲେ ଏବଂ ତାହା କିପରି ଭାଇରାଲ ହେଲା ତାହା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଦିବ୍ୟାଙ୍କର ପ୍ରଥମ ଓଡ଼ିଆ ସିନେମା ଥିଲା ଗତ ବର୍ଷର ସିନେମା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’।ତାଙ୍କ ଅଭିନୀତ ଦୁଇଟି ସିନେମା ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ପ୍ରେମ ଏଟିଏମ୍‌’। ଏହି ସିନେମାରେ ପ୍ରଦୀପ, ପ୍ରୀତିରାଜ,ମିହିର ଦାସ,ପ୍ରଜ୍ଞା ଓ ଜୀବନ ପଣ୍ଡା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More