Only for Entertainment

ପୁଣିଥରେ ଓଲିଉଡରେ କମାଲ କରିବେ ସୁନ୍ଦରୀ କାବ୍ୟା କିରଣ , ଏହି ଫିଲ୍ମରେ ଆସିବେ ନଜର

facebook of kavya
118

ପୁଣିଥରେ ଓଲିଉଡ ପରଦାରେ ନିଜର କମାଲ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି କାବ୍ୟା କିରଣ । କାବ୍ୟା ଖୁବ ଶୀଘ୍ର ‘ଶହୀଦ ରଘୁ ସର୍ଦ୍ଦାର’ ଶୀର୍ଷକ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ । ଏହାର ପ୍ରଯୋଜକ ହେଲେ ବିଶ୍ୱନାଥ ପଟ୍ଟନାୟକ । ରାଜୀବ ମହାନ୍ତି ଏହି ସ୍ୱତନ୍ତ୍ର ସ୍ୱାଦର ସିନେମାର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମର ମୁଖ୍ୟ ଚରିତ୍ରରେ ଦର୍ଶକ କାବ୍ୟାଙ୍କ ବ୍ୟତୀତ ଦେବାଶିଷ, ସନ୍ତୋଷ, ଜିନା, ରୁଦ୍ର, ପିଣ୍ଟୁ ନନ୍ଦ, ରାଜୀବ ମହାନ୍ତି, ବିଜୁ ବଡ଼ଜେନା ପ୍ରମୁଖଙ୍କୁ ଦେଖିବେ । ବିକାଶ ଶୁକ୍ଳା ଏ ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଉଛନ୍ତି । ଡଃ ରଜନୀ ରଞ୍ଜନ ସଂଳାପ ଲେଖିଛନ୍ତି ।

ଏହି ଫିଲ୍ମର ସୁଟିଂ ସେଟର ଫଟୋ ଏବଂ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି । ଦର୍ଶକ ଏହାକୁ ଖୁବ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି ।

କାବ୍ୟା ଏଯାଏଁ କେବଳ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ନଜର ଆସିଛନ୍ତି । ହଁ କାବ୍ୟା ୨୦୧୪ରେ ରିଲିଜ୍‍ ହୋଇଥିବା  ଥ୍ରୀଡି ଓଡ଼ିଆ ସିନେମା ‘କାଉଁରି କନ୍ୟା’ରେ ପ୍ରଥମେ ପରଦାକୁ ଆସିଥିଲେ । କାବ୍ୟା ଅନ୍ୟ ଏକ ଓଡ଼ିଆ ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି । ଏହି ସିନେମାର ଟାଇଟଲ୍‍ ହେଲା ‘ରହସ୍ୟ’ । ବିଘ୍ନେଶ୍ୱର ପଣ୍ଡା ଏହାର ନିର୍ଦ୍ଦେଶକ । ‘ରହସ୍ୟ’ରେ ପ୍ରଥମଥର ପାଇଁ କାବ୍ୟା କିରଣ ଡବଲ୍‍ ରୋଲ୍‍ରେ ନଜର ଆସିଥିଲେ । ଏହି ସିନେମାରେ ଗୋଟିଏ ଭୂମିକାରେ କାବ୍ୟାଙ୍କୁ ଜଣେ ରାଗି କୁମାରୀ ଇନ୍ଦୁମତୀ ଓ ଅନ୍ୟଟିରେ କଲେଜ୍‍ ପଢୁଆ ଯୁବତୀ ଶ୍ରୁତି ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More