Only for Entertainment

ମୁଣ୍ଡରେ ଆଘାତ ଲାଗି ଚିକିତ୍ସାଧୀନ ଅବସ୍ଥାରେ ଓଡିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ !

159

ପ୍ରତିଦିନ ପ୍ରସାରିତ ହେଉଥିବା ସିରିଅଲ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ମିଳିଛି । ଘରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଲାଗିଥିଲା ଆଘାତ, ଏହି କାରଣରୁ ନିକଟ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି ।

କିଛି ଦନ ତଳେ ଓଡିଆ ଆଲବମ୍ ନାୟିକା ସିମରନଙ୍କ ମୃତ୍ୟୁ ଲୋକଙ୍କୁ ମନରୁ ନ ଲିଭୁଣୁ ଆଜି ଆଉ ଜଣେ ଚର୍ଚ୍ଚିତ ନାୟିକାଙ୍କ ମୃତ୍ୟୁ ଖବର ଆସିଛି । ଓଡିଆ ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକିତା ଅନେକ ଓଡିଶା ଧାରାବାହୀକରେ ଅଭିନୟ କରିଆସିଛନ୍ତି । ପ୍ରାଥମିକ ଖବରରୁ ଯାହା ଜଣା ପଡିଛି କି, ନିକିତାଙ୍କ ମୃତ୍ୟୁ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଘଟିଛି । ସେ ନିଜ ଘରୁ ତଳେ ଖସି ପଡିଯିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ନିକିତାଙ୍କ ମୁଣ୍ଡର ପଛ ପଟେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।

ଏଠାରେ ଆମେ କହି ରଖୁଛୁ ଯେ ସେ ତରଙ୍ଗ ଚ୍ୟାନେଲ ପ୍ରସାରିତ ଏସିପି ନିକିତା ଏବଂ ଇଟିଭିରେ ପ୍ରସାରିତ ସିରିଅଲ ତପସ୍ୟାରେ ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More