Only for Entertainment

ପରଦାକୁ ଫେରିଲେ ପ୍ରିୟା !

facebook
0 55

ଓଲିଉଡର ହସକୁରୀ ଓ ଚୁଲୁବୁଲି ନାୟିକା ପ୍ରିୟା ପୁଣି ପରଦାକୁ ଫେରିଛନ୍ତି। ହେଲେ ସେ ବଡ଼ ପରଦାକୁ ନୁହେଁ ପୁଣି ଥରେ ଛୋଟ ପରଦାରେ ନଜର ଆସିଛନ୍ତି । ପ୍ରିୟା ଚୌଧୁରୀ ଅବଶ୍ୟ ବିବାହ ପରେ ଆଗରୁ ବି ସମୟ ସମୟରେ ଛୋଟ ପରଦାରେ ନଜର ଆସିଛନ୍ତି । ସଂପ୍ରତି ତାଙ୍କୁ ତରଙ୍ଗ ଚାନେଲରେ ପ୍ରସାରିତ ରିଅଲିଟି ସୋ’ ‘ମିଷ୍ଟର ହଜବ୍ୟାଣ୍ଡ’ରେ ଉପସ୍ଥାପିକାଭାବେ ଦେଖିବାକୁ ମିଳୁଛି। ଏହା ପୂର୍ବରୁ ପ୍ରିୟା ସାର୍ଥକ ଟିଭିରେ ପ୍ରସାରିତ ‘ ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍’ରେ ଜଜ୍ଭାବେ ମଧ୍ୟ ଛୋଟ ପରଦାରେ ନଜର ଆସିଥିଲେ।

ନାୟିକାଭାବେ ବଡ଼ ପରଦାରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ପ୍ରିୟା । ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ ଡ୍ରିମ୍ଗାର୍ଲ’ରେ ପ୍ରଥମେ ସିନେ ନାୟିକା ଭାବେ ବଡ଼ ପରଦାକୁ ଆସିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏହାପରେ ପ୍ରିୟାଙ୍କୁ ଅଭିମନ୍ୟୁ, ବାଇଶ ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More