Only for Entertainment

ପ୍ରଥମ ସିନେମାରେ ହଟ ନାୟିକା

AKN Photography
0 60

ବର୍ତ୍ତମାନ ସମୟରେ ଓଲିଉରେ ଏମିତି ଓଡିଆ ନାୟିକା ପରଦାକୁ ଆସିଛନ୍ତି, ଯେଉଁମାନେ ନିଜର ହଟ ଅନ୍ଦାଜ ଓ ବୋଲ୍ଡ ସିନ ପାଇଁ ବେଶି ଚର୍ଚ୍ଚାରେ ରହିଥିଲେ । ଆସନ୍ତୁ ନିକଟ ଅତୀତରେ ଏମିତି ୩ ଜଣ ଓଡିଆ ନାୟିକାଙ୍କ କଥା ଜାଣିବା ଯେଉଁମାନେ ଡେବ୍ୟୁ ଫିଲ୍ମରେ ପରଦାରେ ନିଆଁ ଲଗାଇଦେଇଥିଲେ ।

ନିହାରିକା ଦାଶ-
ତରଙ୍ଗ ସିନେ ପ୍ରଡକସନ୍ସର ‘ତୁ କହିବୁ ନା ମୁଁ’ ଜରୀଆରେ ଓଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ନିହାରିକା । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଓଡିଆ ସିନେମାରେ ନିହାରିକା ଯେ ପ୍ରଭାବଶାଳୀ ଅଭିନୟ କରିଥିଲେ ତା’ ନୁହେଁ, ବରଂ ସେ ସମୟରେ ଅମ୍ଳାନ ଓ ନିହାରିକାଙ୍କ ଉପରେ ସୁଟ ହୋଇଥିବା ହଟସିନ୍ ବିଷୟରେ ଖୁବ ଚର୍ଚ୍ଚା ହୋଇଥିଲା । ତେବେ ତୁ କହିବୁ ନା ମୁଁ ପରେ ନିହାରିକା ଅନ୍ୟ କୌଣସି ଓଡିଆ ସିନେମାରେ ନଜର ଆସିନାହାନ୍ତି ।

Utkantha-Padhi

ଉତ୍କଣ୍ଠା-
ଉତ୍କଣ୍ଠା ହେଇଛନ୍ତି ଆଉ ଜଣେ ନବାଗତା ଯିଏକି ତାଙ୍କର ପ୍ରଥମ ସିନେମାରେ ହିଁ ଅଙ୍ଗପ୍ରଦର୍ଶନର ସୀମା ଟପି ଯାଇଥିଲେ ବୋଲି କୁହାଯାଏ । ଉତ୍କଣ୍ଠା ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଓଡିଆ ସିନେମା ବ୍ୟାଚଲରରେ ଛୋଟ ଡ୍ରେସ ପିନ୍ଧି ନାୟକ ଅଖିଲଙ୍କ ସହ ଜବରଦସ୍ତ ରୋମାଣ୍ଟିକ ସିନ କରି ଚର୍ଚ୍ଚାକୁ ଆସିଥିଲେ । ହେଲେ ଉତ୍କଣ୍ଠା ପ୍ରାୟ ପାଂଚ ବର୍ଷ ହେବ ଅନ୍ୟ କୌଣସି ଓଡିଆ ସିନେମାରେ ଦେଖିବାକୁ ପାଇନାହନ୍ତି ସିନେପ୍ରେମୀ ।

supriya

ସୁପ୍ରିୟା-
ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଭ ପାଇଁ କୁଛ ଭି କରେଗା’ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିବା ସୁପ୍ରିୟା ତାଙ୍କ ପ୍ରଥମ ସିନେମାରେ ଅଙ୍ଗ ପ୍ରଦର୍ଶନ କରି ଚର୍ଚ୍ଚିତ ହୋଇଥିଲେ । ଏବେ ତାଙ୍କର ଦ୍ୱିତୀୟ ଫିଲ୍ମ ଓନଲି ପ୍ୟାର ରିଲିଜ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More