Only for Entertainment

ରିଲିଜ୍ ହେଲା କମେଡି – ଡ୍ରାମା ଫିଲ୍ମ କ୍ରେଜି ଫୋର୍ ର ପ୍ରଥମ ଟ୍ରେଲର୍ !

104

ମୁକ୍ତିଲାଭ କଲା ଆଗାମୀ ଓଲିଉଡ ରୋମାଂଟିକ୍ – କମେଡି ଫିଲ୍ମ ‘କ୍ରେଜି – ଫୋର୍ ର ପ୍ରଥମ ଟ୍ରେଲର୍ । ଫିଲ୍ମରେ ନାୟକ ଭାବେ ଅଭିଷେକ ରଥ ଓ ନାୟିକା ଭାବେ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିବ । ନିଜ ଫିଲ୍ମ ସେଲଫିସ୍ ଦିଲର ସଫଳତା ପରେ ଏବେ ଅଭିନେତ୍ରୀ ସୂର୍ଯ୍ୟମୟୀ ତାଙ୍କର ଏହି ଅପକମିଂ ସିନେମାର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଯାହା ଖୁବଶୀଘ୍ର ଆସିବ ପରଦାକୁ ।

ରୋମାଂଟିକ୍, କମେଡି କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘କ୍ରେଜି ଫୋର୍ । ଫିଲ୍ମର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ଲିଡ୍ ରୋଲରେ ଶୁଭାଶିଷ ଶର୍ମା, ଅଭିଷେକ ରଥ, ସୂର୍ଯ୍ୟମୟୀ ଓ ପ୍ରଜ୍ଞାଙ୍କୁ ଦେଖିବାକୁ ମିଳିବ । ସିନେମାରେ ଅଭିଷେକ ଓ ସୂର୍ଯ୍ୟମୟୀଙ୍କୁ ନାୟକ – ନାୟିକା ଭାବେ ଦେଖିବାକୁ ମିଳିବ । ଜେ. ରଂଜନଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସମରାଜ୍ । ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଚନ୍ଦ୍ରକାନ୍ତ । ଖୁବଶୀଘ୍ର ପରଦାକୁ ଆସବ ଚଳଚ୍ଚିତ୍ର କ୍ରେଜି ଫୋର  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More