Only for Entertainment

ଫିଲ୍ମ ‘ଅଭିମାନ’ର ଆଉ ଏକ ରୋମାଂଟିକ୍ ଗୀତ ‘କି ଯାଦୁ କଲୁ ପିୟା ବାବରା’ !

39

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ‘ଅଭିମାନ’ । ଏହି ସିନେମା ଜରିଆରେ ୪ ବର୍ଷ ପରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ରୋମାଂଟିକ୍ ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ । ଦର୍ଶକ ପୁଣିଥରେ ଏହି ରୋମାଂଟିକ୍ ଯୋଡିର ରୋମାନ୍ସ ଦେଖି ପାରିବେ ପରଦାରେ । ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଂଜୟ ସାହୁ ।
ମୁକ୍ତିଲାଭ କଲା ଆଗାମୀ ରୋମାଂଟିକ୍ – ଡ୍ରାମା ଫିଲ୍ମ ‘ଅଭିମାନ’ର ଆଉ ଏକ ରୋମାଂଟିକ୍ ଗୀତ ‘କି ଯାଦୁ କଲୁ ପିୟା ବାବରା’ । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଛି । ଓଲିଉଡର ଏହି ଲୋକପ୍ରିୟ ଯୋଡି ପୁଣିଥରେ ପରଦାରେ ନିଜ ଲଭ୍ ଓ ରୋମାନ୍ସର ଜଲୱା ଦେଖାଇବାକୁ ଯାଉଛନ୍ତି ଏହି ଅପକମିଂ ସିନେମାରେ । ସିଦ୍ଧାର୍ଥ ଟିଭିର ୨୬ ତମ ଚଳଚ୍ଚିତ୍ର ‘ଅଭିମାନ’ରେ ନାୟିକ – ନାୟିକା ଭାବେ ନଜର ଆସିବେ ସବ୍ୟସାଚୀ ଓ ଅର୍ଚ୍ଚିତା ।

 

View this post on Instagram

 

This song is far better than previous 2 songs.. Good one ?… Abhiman ❤️ Releasing on Ratha jatra….

A post shared by ODIA FILM CRITICS (@odiafilmcritics) on


ଆକର୍ଷଣୀୟ କଷ୍ଟ୍ୟୁମ୍, ଓ ଲୋକେସନ୍ ଗୀତଟିକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଗୀତରେ କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ । ମୁକ୍ତିଲାଭ କରିଥିବା ଏହି ଗୀତରେ ଶୁଣିବାକୁ ମିଳିଛି ନିବେଦିତା ଓ ସ୍ୱୟମ୍ ପାଢୀଙ୍କ ଗାୟିକୀ । ଏହି ଗୀତରେ ସଙ୍ଗୀତର ଭାର ଦୁଲାଇଛନ୍ତି ବିକାଶ ଦାସ । ଗିତିକାର ଅରୁଣ ମନ୍ତ୍ରୀ ଏହି ଗୀତର ଲିରିକ୍ସର ଭାର ତୁଲାଇଛନ୍ତି । ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମୃତ୍ୟୁଂଜୟ ସାହୁ । ରଥଯାତ୍ରା ଅବସରରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଅଭିମାନ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More