Only for Entertainment

ରିଲିଜ ହେଲା ଇମୋସନାଲ ଡ୍ରାମା ଫିଲ୍ମ ଏ ଦିଲ ତତେ ଦେଲିର ଟିଜର ।

youtube
0 83

ଓଲିଉଡରେ ପ୍ରସ୍ତୁତ ହେଉଛି ଇମୋସନାଲ୍ ଡ୍ରାମା ଫିଲ୍ମ ଏ ଦିଲ୍ ତତେ ଦେଲି ।ରାଜଧାନୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ କରିଛନ୍ତି ମେକର୍ । ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀ ସହ ଇମୋସନାଲ୍ ଡ୍ରାମା ବି ରହିଛି ଚଳଚ୍ଚିତ୍ର ଏ ଦିଲ୍ ତତେ ଦେଲିରେ । ଆଉ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ନବାଗତ ଷ୍ଟାର୍ ରିୟାନା ଓ ବିଭାସ । ଫିଲ୍ମର ଫାଷ୍ଟ ଟିଜର୍ ରିଲିଜ୍ କରିଛନ୍ତି ଏହି ଅବସରରେ । ଯେଉଁଥିରେ ନାୟକ ବିଭାସ ଓ ନାୟିକା ରିୟାନାଙ୍କ ଦମଦାର୍ ଲୁକ୍ ଦେଖିବାକୁ ମିଳିଛି ଏହି ଫାଷ୍ଟ ଲୁକରେ ।

ଏସ୍ ଏଫ୍ ଫିଲ୍ମର ପ୍ରଥମ ଅବଦାନରେ ପ୍ରସ୍ତୁତ ହେଉଥିବା ଏହି ସିନେମା ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିଲୁ ବକ୍ସ । ଫିଲ୍ମର ସୁଟିଂ ଶେଷ ହୋଇ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ଏହି ଭିତରେ ସିନେମାର ଫାଷ୍ଟ ଲୁକ୍ ରିଲିଜ୍ କରିଛନ୍ତି ମେକର୍ । ରିଲିଜ୍ କରିବା ଆଗରୁ ସିନେମାର ଜବରଦସ୍ତ ପ୍ରମୋସନ୍ ବି ଆରମ୍ଭ ହୋଇ ଯାଇଛି ।

ରୋମାଂଟିକ୍ କାହାଣୀ ସହ ବେଶ୍ ହଟ୍ ସିନ୍କୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ନାୟକ ବିଭାସ ଓ ନାୟିକା ରିୟାନାଙ୍କ ଭିତରେ ବେଶ ଇଂଟିମେଟ୍ ସିନ୍ ଦେଖିବାକୁ ମିଳିଛି ଫିଲ୍ମର ପ୍ରଥମ ଟିଜର୍ ପ୍ରୋମୋରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More