Only for Entertainment

ରିଲିଜ ହେଲା ଭିନ୍ନ ସ୍ୱାଦର ଫିଲ୍ମ ‘ବାପା ତମେ ଭାରି ଦୁଷ୍ଟ’ର ଟ୍ରେଲର, ପ୍ରଥମ ଥର ହିରୋ ଭୂମିକା ନେଇ ଓଲିଉଡ ପରଦାରେ ଧମାଲ ମଚାଇବାକୁ ଆସୁଛନ୍ତି ଜୟଜିତ !

55

ଓଲିଉଡରେ ପ୍ରସ୍ତୁତ ହେଉଛି ଭିନ୍ନ ସ୍ୱାଦର କମେଡି ଚଳଚ୍ଚିତ୍ର ‘ବାପା ତମେ ଭାରି ଦୁଷ୍ଟ’ । ନିକଟରେ ଏହି ସିନେମାର ଟାଇଟେଲ୍ ଘୋଷଣା କରାଯାଇଥିଲା । ତେବେ ସାମ୍ନା କୁ ଆସିଛି ଏହି ଫିଲ୍ମର ଟ୍ରେଲର । ସିଦ୍ଧାର୍ଥ ଟିଭି ଓ ସିଦ୍ଧାର୍ଥ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ଚଳଚ୍ଚିତ୍ରର ପରିକଳ୍ପନା କରିଛନ୍ତି ପ୍ରଯୋଜକ ସୀତାରାମ ଅଗ୍ରୱାଲ୍ । ଛୋଟ ପରଦାର ଲୋକପ୍ରିୟ ଅଭିନେତା ଜୟଜିତଙ୍କୁ ପ୍ରଥମ ଥର ପାଇଁ ଏହି ସିନେମାରେ ନାୟକ ଭାବେ ଦେଖିବାକୁ ମିଳିବ । ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ନବାଗତା ସସ୍ମିତା । ଦେଖନ୍ତୁ ଟ୍ରେଲର –

ଏକାଧିକ ସିନେମାରେ ସିରିୟସ୍ ବାପା ରୋଲ୍ ପ୍ଲେ କରିଥିବା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ ଏହି ସିନେମାରେ । ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ନେଇ ସେହିପରି ଏକ ଫନି ଟ୍ରାକ୍ ମଧ୍ୟ ରିଲିଜ୍ କରାଯାଇଛି । ଯାହାର ଟାଇଟେଲ୍ ରହିଛି ‘ତୁ ଖିଚ୍ ମେରି ସେଲ୍ଫି’ । ଗୀତରେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ମଡର୍ଣ୍ଣ ଆଉଟଫିଟରେ ଦେଖିବାକୁ ମିଳିଛି । ଏହାସହ ଗୀତରେ ତାଙ୍କ ଜବରଦସ୍ତ ଷ୍ଟାଇଲ୍ ଓ ଡ୍ୟାନ୍ସ ବି ଦେଖିବାକୁ ମିଳିଛି । ସିନେମାର ରିଲିଜ୍ ହୋଇଥିବା ଏହି ଗୀତର ରହିଛି ଦମଦାର୍ ମ୍ୟୁଜିକ୍ ଓ ଫନି ଲିରିକ୍ସ । ବୈଦନାଥ ଦାଶଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଅର୍ପିତା ଓ ବୈଦନାଥ । ଏହି ସିନେମାରେ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପୁଅ ଭୂମିକା ପ୍ଲେ କରିବାରେ ନଜର ଆସିଛନ୍ତି ଜୟଜୀତ । ପ୍ରଥମ ଥର ପାଇଁ ପରଦାରେ ଏମିତି ଏକ ଭିନ୍ନ ଚରିତ୍ର ତୁଲାଉଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା ।

ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ନିର୍ଦ୍ଦେଶକ ଟି ଗଣେଷ । ଏହି ସିନେମାର ସଂଳାପ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ । ଓଲିଉଡରେ ପ୍ରସ୍ତୁତ ହେଉଥିବା ଏହି ଫନି ଚଳଚ୍ଚିତ୍ର ବାପା ତମେ ଭାରି ଦୁଷ୍ଟର ସୁଟିଂ ଜୋର୍ ସୋରରେ ଆଗେଇ ଚାଲିଥିବାବେଳେ, ଏହା ଖୁବଶୀଘ୍ର ପରଦାକୁ ଆସିବ ଏବଂ ନିକଟରେ ରିଲିଜ ହୋଇଥିବା ଏହି ଟ୍ରେଲର କୁ ଦର୍ଶକ ଖୁବ ପସନ୍ଦ କରୁଥିବାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More