ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀକୁ ନେଇ ପ୍ରସ୍ତୁତ ହେଉଛି ଓଲିଉଡ ଫିଲ୍ମ ‘ଚାଲ୍ ଟିକେ ପ୍ରେମ କରିବା’, ଲିଡ ରୋଲରେ ନଜର ଆସିବେ ଏହି କଳାକାର
ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେଉଛି ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀ ‘ଚାଲ୍ ଟିକେ ପ୍ରେମ କରିବା’ । ଫିଲ୍ମରେ ଲିଡ୍ ଭୂମିକାରେ ଦେବରାଜ୍, ଚିନ୍ମୟୀ ଓ ଲିପ୍ସା ମିଶ୍ରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମର ସୁଟିଂ ଏବେ ଜୋର୍ ସୋର୍ରେ ଆଗେଇ ଚାଲିଛି । ଦେବକୀ ପ୍ରଡକ୍ସନ୍ର ଦ୍ୱିତୀୟ ଅବଦାନ ଏହି ସିନେମାର ସୁଟିଂ ଏବେ ଚାଲିଥିବା ବେଳେ ଏହା ଖୁବ ଶୀଘ୍ର ପରଦାକୁ ଆସିବ ବୋଲି ଆଶା କରାଯାଉଛି ।
ଦେବରାଜ୍ ଓ ଚିନ୍ମୟୀଙ୍କୁ ଏହା ପୂର୍ବରୁ ଦେବକୀ ପ୍ରଡକ୍ସନର ପ୍ରଥମ ଫିଲ୍ମ ‘ତୋ ପ୍ରେମରେ ପଡିଲା ପରେ’ରେ ଦେଖିବାକୁ ମିଳିଥିଲା । ତେବେ ଚାଲ୍ ଟିକେ ପ୍ରେମ କରିବାରେ ଦ୍ୱିତୀୟ ଥର ପାଇଁ ଏହି ଯୋଡିକୁ ରୋମାନ୍ସ କରିବାରେ ଦେଖିବାକୁ ମିଳିବ । ତେବେ ଏହି ଟ୍ରାଙ୍ଗୁଲାର୍ ଲଭ୍ ଷ୍ଟୋରୀରେ ଆଉ ଏକ ନାୟିକା ଭାବେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ଦେଖିବାକୁ ମିଳିବ ।
ଚଳଚ୍ଚିତ୍ର ଚାଲ୍ ଟିକେ ପ୍ରେମ କରିବାର ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସରୋଜ୍ କାନ୍ତ । ଫିଲ୍ମର ପ୍ରଯୋଜନା କରିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ । ଏହି ସିନେମାରେ ସଙ୍ଗୀତ ବିଭୂତି ଗଡନାୟକ ଦେଇଥିବାବେଳେ କାହାଣୀ ଲେଖିଛନ୍ତି ଦେବକୀ ସାହୁ । ଫିଲ୍ମଟିର୍ ସୁଟିଂ ଜାରି ରହିଥିବାବେଳେ ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।