ଓଡ଼ିଆ ସିନେମା ‘ଲଭ୍ ୟୁ ପ୍ରିୟା’କୁ ମିଳିଲା ‘ୟୁ’ ସେନସର୍ ପ୍ରମାଣପତ୍ର ।
ଜୟ ସେନଙ୍କ ପ୍ରଯୋଜିତ ତଥା ଜେଏଚ୍ ଟିଭି ବ୍ୟାନରରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ଲଭ୍ ୟୁ ପ୍ରିୟା’କୁ ‘ୟୁ’ ସେନସର୍ ପ୍ରମାଣପତ୍ର ମିଳିଥିବା ଜଣାଯାଇଛି। ଏହି ସିନେମାରେ ସୋହମ ସିଂ ନାୟକ ଓ ମହିମା ନାୟିକା ଭୂମିକାରେ ଅଛନ୍ତି। ଲଭ୍ ୟୁ ପ୍ରିୟା’ର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଜୀବନ ପଣ୍ଡା, ଟୁନା ଟନ୍ ଟନ୍, ମିତା ଚକ୍ରବର୍ତ୍ତୀ, ପ୍ରୀତିରାଜ, ଗୁଡ୍ଡୁ, ପୁଷ୍ପା ପଣ୍ଡା, ରାଜା, ଏବଂ ନିକି ପ୍ରମୁଖ ଅଭିନୟ କରିଛନ୍ତି।ଏହି ଫିଲ୍ମର କାହାଣୀ ଓ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ଏହାର ନିର୍ଦ୍ଦେଶକ ହେଲେ ବିବେକ କୁମାର।
ଏବେ ଏହି ନୂଆ ଯୋଡ଼ିଙ୍କୁ ନେଇ ଓଲିଉଡରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହାର ଦୁଇଟି ଦିଗ ରହିଛି। ଏଥିମଧ୍ୟରୁ ଗୋଟିଏ କଥା ହେଲା ଯେ ଆଜିକାଲି ଏହି ଯୋଡ଼ିଙ୍କର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଆଉ ଗୋଟିଏ କଥା ହେଲା ଏହି ଯୋଡ଼ିଙ୍କର ନୂଆ ସିନେମାର ସେନସର୍ ସରିଛି।
ଶୁଣିବାକୁ ମିଳୁଛି ଯେ ସୋହମ ଓ ମହିମାଙ୍କ ଏହି କିସ୍ ସିନ୍ ଦେଖି ଦର୍ଶକ ବାୟା ହୋଇଯିବେ। ଦେଖାଯାଉ କେତେ ଦୂର ଏହା ସତ ହେଉଛି।