Only for Entertainment

ରିଲିଜ ହେଲା ଆଗାମୀ ଓଲିଉଡ ଫିଲ୍ମ ‘ନାୟକର ନାଁ ଦେବଦାସ’ର ପ୍ରଥମ ଟ୍ରେଲର !

96

ଆସିଲା ବହୁ ଚର୍ଚ୍ଚିତ ଫିଲ୍ମ ‘ନାୟକର ନା ଦେବଦାସ୍’ର ପ୍ରଥମ ଟ୍ରେଲର । ଗତ ବର୍ଷ ଆରମ୍ଭ ହୋଇଥିବା ଫିଲ୍ମର ସୁଟିଂ ପରଠାରୁ ଏହି ସିନେମାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା ମାୟାନଗରୀରେ । ସିନେମାଟି କ୍ଲାସିକ୍ ପ୍ରେମକାହାଣୀ ଦେବଦାସ୍କୁ ନେଇ ଗତିଶୀଳ ହୋଇଛି । ଆଉ ଏଥିରେ ଦେବଦାସ ଭୂମିକାରେ ଅସିତ୍, ପାରୋ ଚରିତ୍ରରେ ଭୂମିକା ଆଉ ଚନ୍ଦ୍ରମୁଖୀ ଭାବେ ନଜର ଆସିବେ ଅଭିନେତ୍ରୀ ଅନୁ ଚୌଧୁରୀ ।

ଖୁବଶୀଘ୍ର ଓଲିଉଡ୍ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ । କ୍ଲାସିକ କାହାଣୀ ଦେବଦାସକୁ ନେଇ ଓଲିଉଡରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ଦେବଦାସ ଭୂମିକାରେ ଅସିତ୍, ପାରୋ ଚରିତ୍ରରେ ଭୂମିକା ଆଉ ଚନ୍ଦ୍ରମୁଖୀ ଭାବେ ନଜର ଆସିବେ ଅଭିନେତ୍ରୀ ଅନୁ ଚୌଧୁରୀ । ୨ ମିନିଟର ଏହି ଟିଜର୍ରେ ଦେଖିବାକୁ ମିଳିଛି ସିନେମାର କିଛି କିଛି ଝଲକ । ଫିଲ୍ମରେ ବବି ମିଶ୍ର, ପିଂଟୁ ନନ୍ଦ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସ୍ମିତା ଆଦି ଷ୍ଟାରଙ୍କୁ ଦେଖିବାକୁ ମିଳିବ ଏହି ସିନେମାରେ । ସୋସିଆଲ୍ ମିଡିଆରେ ଫିଲ୍ମର ପ୍ରଥମ ଟ୍ରେଲର୍ ରିଲିଜ୍ ହୋଇଛି ।

 

View this post on Instagram

 

A post shared by ODIA FILM CRITICS (@odiafilmcritics) on


ଅଭିନେତ୍ରୀ ଅନୁ ଚୌଧୁରୀ ନିଜ ସୋସିଆଲ୍ ମିଡିଆ ଆକାଉଂଟରେ ଏହି ଟିଜରକୁ ସେୟାର୍ କରିଛନ୍ତି । କ୍ଲାସିକ୍ କାହାଣୀକୁ ନେଇ ସିନେମାଟି ମେକିଂ ହୋଇଥିବାରୁ ଫିଲ୍ମର ସମସ୍ତ ଚରିତ୍ରଙ୍କୁ ସେହିପରି ଲୁକ୍ ଓ ପୋଷାକରେ ଦେଖିବାକୁ ମିଳଛି । ମୃତ୍ୟୁନଜୟ ସାହୁ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇ ଥିବାବେଳେ ଫିଲ୍ମର ପ୍ରଯୋଜନା କରିଛନ୍ତି ଶିଶିର ଚନ୍ଦ୍ର ଦାସ ଓ କିର୍ତନ ଚନ୍ଦ୍ର ପାତ୍ର । ଆସନ୍ତା ଅଗଷ୍ଟ ମାସରେ ମୁକ୍ତିଲାଭ କରିବ ଏହି ସିନେମାଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More