Only for Entertainment

ରିଲିଜ୍ ହେଲା ଆଗାମୀ ଓଡିଆ ରୋମାଂଟିକ୍ ଚଳଚ୍ଚିତ୍ର ପ୍ରେମରେ ରଖିଛି ୧୦୦ ରୁ ୧୦୦ର ଟାଇଟେଲ୍ ଟ୍ରାକ୍ !

43

ଓଲିଉଡ ପରଦାରେ ପୁଣିଥରେ ନିଜ କମାଲ୍ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ହ୍ୟାଣ୍ଡସମ୍ ଅଭିନେତା ଜ୍ୟୋତି । ତାଙ୍କ ରୋମାଂଟିକ୍ ଅନ୍ଦାଜ ଦେଖିବାକୁ ମିଳିବ ଆଗାମୀ ରୋମାଂଟିକ୍ ଚଳଚ୍ଚିତ୍ର ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ରେ । ଏହି ସିନେମାରେ ଅଭିନେତା ଜ୍ୟୋତିଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ ଓଲିଉଡ୍ ସୁନ୍ଦରୀ ରିଆ । ଏହି ସିନେମାର ଦମଦାର୍ ଟାଇଟେଲ୍ ଟ୍ରାକ୍ ଏବେ ରିଲିଜ୍ ହୋଇଛି । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ରିଲିଜ୍ ହେଲା ଆଗାମୀ ଓଡିଆ ରୋମାଂଟିକ୍ ଚଳଚ୍ଚିତ୍ର ପ୍ରେମରେ ରଖିଛି ୧୦୦ ରୁ ୧୦୦ର ଟାଇଟେଲ୍ ଟ୍ରାକ୍ । ଏହି ଦମଦାର୍ ଟାଇଟେଲ୍ ଟ୍ରାକରେ ଦେଖିବାକୁ ମିଳିଛି ଫିଲ୍ମର ଲିଡ୍ ଜ୍ୟୋତି ଓ ରିୟାଙ୍କ ଜବରଦସ୍ତ ଡ୍ୟାନ୍ସ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିଛନ୍ତି ଜ୍ୟୋତି ଓ ରିୟା । ଦୁହିଁଙ୍କ ନୋକ୍ ଝୋକ୍ ବାଲା ରୋମାନ୍ସକୁ ଏହି ଗୀତରେ ସ୍ଥାନ ଦେଇଛନ୍ତି ମେକର୍ । ଏବେ ଦେଖନ୍ତୁ ଗୀତ ରେକର୍ଡିଂର ଝଲକ । ଷ୍ଟୁଡିଓ ଭିତରେ ଗୀତ ଗାଇବାରେ ନଜର ଆସିଛନ୍ତି କଣ୍ଠଶିଳ୍ପୀ ଆଶୁତୋଷ ଓ ଇରା ମହାନ୍ତି ।

ଏକ ୟୁନିକ୍ ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଏହି ସିନେମା । ଏହି ସିନେମାର ଟ୍ୟାଗ୍ ଲାଇନ୍ ରହିଛି ବ୍ରେକଅପ୍ ନୁହେଁ ପ୍ୟାଚ୍ ଅପ୍ । ରାଶେଶ୍ୱରି ମିଡିଆ ଦ୍ୱାରା ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ପ୍ରେମରେ ରଖିଛି ୧୦୦ ରୁ ୧୦୦ରେ ସଙ୍ଗୀତର ଭାର ତୁଲାଇଛନ୍ତି ମଳୟ ମିଶ୍ର । ବିରଂଚି ନାରାୟଣ ପଣ୍ଡା, ଦିଲ୍ଲୀପ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକଙ୍କ ମିଳିତ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଂଜୟ ନାୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More