Only for Entertainment

ଓଲିଉଡରେ ପ୍ରସ୍ତୁତ ହେଉଛି ରୋମାଂଟିକ୍ ଚଳଚ୍ଚିତ୍ର ପ୍ରେମୀ ଦିୱାନା ।

facebook
0 49

ଚାଲିଛି ଆଗାମୀ ଓଡିଆ ଚଳଚ୍ଚିତ୍ର ପ୍ରେମୀ ଦିୱାନର ଜବରଦସ୍ତ ସୁଟିଂ । ସ୍ନେହା ଫିଲ୍ମସର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ହେଉଥିବା ଏହି ରୋମାଂଟିକ୍ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ହ୍ୟାଣସମ୍ ଆକ୍ଟର୍ ରୁଦ୍ର ଓ ନବାଗତା ଅଭିନେତ୍ରୀ ସୋଲାଙ୍କି । ଏହି ଅପକମିଂ ସିନେମାର ସୁଟିଂ ଏବେ ଜୋରସୋରରେ ଆଗେଇ ଚାଲିଛି । କେମିତି ରହିଛି ସୁଟିଂ ସେଟର ମାହୋଲ୍ ଚାଲନ୍ତୁ ନଜର ପକାଇବା ।

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ଅପକମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ସଂପୂର୍ଣ୍ଣ ଟିମ୍ । ଲାଇଟ୍, କ୍ୟାମେରା ସହ ଟେକ୍ନିସିଆନ୍ ମାନେ ବି ଫିଲ୍ମର ସୁଟିଂ ସେଟରେ ପୁରା ବ୍ୟସ୍ତ । ଆଉ ଫିଲ୍ମର କଳାକାରମାନେ ମେକ୍ ଅପ୍ ଆଉ କଷ୍ଟ୍ୟୁମରେ ବି ନିଜ ଟେକ ଦେବାରେ ଲାଗି ପଡିଛନ୍ତି । ରୋମାଂଟିକ୍ – କମେଡି କାହାଣୀକୁ ନେଇ ଗତିଶୀଳ ହେଉଥିବା ଫିଲ୍ମ ପ୍ରେମୀ ଦିୱାନା ରେ ଏମିତି ଏକ କମେଡି ସିକ୍ୱେନ୍ସ ପାଇଁ ସୁଟ୍ କରିବାରେ ନଜର ଆସିଥିଲେ ଅଭିନେତା ଗୁଡ୍ଡୁ । ସେହିପରି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ଅଭିନେତା ପୃଥ୍ୱୀରାଜ୍ ।

ସ୍ନେହା ପ୍ରଡକ୍ସନ ବ୍ୟାନର୍ରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ନଜର ଆସିବେ ଅଭିନେତା ରୁଦ୍ର । ଏବଂ ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବଗତା ସୋଲାଙ୍କି ଭୌମିକ । ପ୍ରଥମ ଥର ପାଇଁ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ଖୁସି ପ୍ରକାଶ କରିଛନ୍ତି ସୋଲାଙ୍କି ।

ଆନନ୍ଦ କୁମାର୍ଙ୍କ ନିର୍ଦ୍ଦେଶନା ଓ ଅୟେଶକାନ୍ତ ମହାନ୍ତିଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ ପୁପୁନ, ନଳିନୀ ରାଉତ, ଅଂଜନା ଆଦି କଳାକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More