Only for Entertainment

ରିଲିଜ ହେଲା ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ର ଫନି ଡ୍ୟାନ୍ସ ଗୀତ ‘ତୁ ହେଇଜା ଗୋଟେ ସ୍ମାର୍ଟ ଫୋନ୍’ !

43

ଏକ ରୋମାଂଟିକ୍ – କମେଡି କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ । ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟା ରେ ବାୟା’ରେ ଦର୍ଶକ ଦୁଇ ଦୁଇଟି ଯୋଡିକୁ ଦେଖିବାକୁ ପାଇବେ । ସିଦ୍ଧାନ୍ତ ମହାପାତ୍ର ଓ ଝିଲକ୍ ଏବଂ ସ୍ୱରାଜ୍ ଓ ଏଲିନା । ଫିଲ୍ମଟି ରିଲିଜ୍ ହେବାକୁ ଅଳ୍ପ ଦିନ ବାକି ଥିବାବେଳେ ଏବେ ରିଲିଜ୍ ହୋଇଛି ଏହାର ଫନି ଗୀତ ରିଲିଜ୍ ହୋଇଛି । ଯେଉଁଥିରେ ସ୍ୱରାଜ୍ ଓ ଏଲିନାଙ୍କ ଡ୍ୟାନ୍ସ ରୋମାନ୍ସ ଦେଖିବାକୁ ମିଳିଛି ।

ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ର ଫନି ଡ୍ୟାନ୍ସ ଗୀତ ‘ତୁ ହେଇଜା ଗୋଟେ ସ୍ମାର୍ଟ ଫୋନ୍’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ସ୍ୱରାଜ୍ ଓ ଏଲିନା ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ହାଲ୍କା – ଫୁଲ୍କା ରୋମାନ୍ସ ଓ ଡ୍ୟାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ ।

ସିନେମାରେ କଲେଜ୍ ଷ୍ଟୁଡେଂଟ୍ ଭାବେ ନଜର ଆସିବେ ସ୍ୱରାଜ ଓ ଏଲିନା । ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ମଂଟୁ ଛୁରିଆ ଓ ଅଷିମା ପଣ୍ଡାଙ୍କ ଆକର୍ଷଣୀୟ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ମଳୟ ମିଶ୍ର । ଆଉ ଏହି ଫନି ଗୀତର ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ । ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା ସୀତାରାମ ଅଗ୍ରୱାଲ୍ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦଇଛନ୍ତି ସୁଶାନ୍ତ ମଣି । ଆସନ୍ତା ଦଶହରା ଅବସରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More