Only for Entertainment

ରିଳିଜ ହେଲା “ଲଭ ଏକ୍ସପ୍ରେସ” ଫିଲ୍ମ ଟ୍ରେଲର, ଦେଖିବାକୁ ମିଳିଲା ସ୍ୱରାଜ ଏବଂ ସନମୀରାଙ୍କ ଜବରଦସ୍ତ କମେଡି !

53

ଫିଲ୍ମ ରିଲିଜ୍କୁ ଆଉ ଅଳ୍ପ କିଛି ଦିନ ବାକି ଥିବାବେଳେ, ଏବେ ମୁକ୍ତିଲାଭ କରିଛି ଏହି ଫିଲ୍ମର ଟ୍ରେଲର । ଗୀତରେ ଫିଲ୍ମର ଲିଡ୍ ସ୍ୱରାଜ ଓ ସନମୀରାଙ୍କ ଭିତରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ-

ରିଲିଜ ହୋଇଛି ଓଲିଉଡର ଆଗାମୀ ରୋମାଂଟିକ୍ ଚଳଚିତ୍ର ‘ଲଭ ଏକ୍ସପ୍ରେସ’ର ଟ୍ରେଲର । ଅଭିନେତା ସ୍ୱରାଜ ଓ ଅଭିନେତ୍ରୀ ସନମୀରାଙ୍କ ଭିତରେ ଜବରଦସ୍ତ ରୋମାନ୍ସ ଏବଂ କମେଡି ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରରେ ଦ୍ୱିତୀୟ ଥର ପାଇଁ ପରଦାରେ ରୋମାନ୍ସ କରିଛନ୍ତି ଏହି ଯୋଡି । ଆକର୍ଷଣୀୟ ଲୋକେସନ୍ ସାଙ୍ଗକୁ କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ନିକଟରେ ଏହି ଫିଲ୍ମର ଅନେକ ଗୀତ ରିଲିଜ ହୋଇଥିଲା ଏବଂ ସମସ୍ତ ଗୀତ ବେଶ ଛୁଇଁଛି ଦର୍ଶକଙ୍କ ମନ । ଏହି ସିନେମା ଲଭ୍ ଏକ୍ସପ୍ରେସ୍ ଜରିଆରେ ପୁଣିଥରେ ପରଦାରେ ଧମାଲ କରିବାକୁ ଯାଉଛନ୍ତି ଓଲିଉଡର ଯୋଡି ସ୍ୱରାଜ ଓ ସନମୀରା । ସାର୍ଥକ ମ୍ୟୁଜିକ୍ ଓ ସିଦ୍ଧାର୍ଥ ଟିଭି ଦ୍ୱାରା ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ଲଭ୍ ଏକ୍ସପ୍ରେସର ପ୍ରଯୋଜନା କରୁଛନ୍ତି ସୀତାରାମ ଅଗ୍ରୱାଲ୍ ଏବଂ କାର୍ଯ୍ୟକାରୀ ପ୍ରଯୋଜନା ଭାର ତୁଲାଉଛନ୍ତି ସଚିକାନ୍ତ ଜେନା । ଏହି ଆକ୍ସନ୍ ରୋମାଂଟିକ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରମେଶ ରାଉତ । ଆସନ୍ତା ୨୮ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ଲଭ ଏକ୍ସପ୍ରେସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More