Only for Entertainment

ଓଲିଉଡ୍ କମେଡି କିଙ୍ଗ ପପୁ ପମ୍ ଏବେ ଅଭିନେତାରୁ ସାଜିଛନ୍ତି ନିର୍ଦ୍ଦେଶକ ।

37

ଚାଲିଛି ଆଗାମୀ ଫିଲ୍ମ ‘ଚିରକୁଟ୍’ ର ସୁଟିଂ । ଆଉ ଡିରେକ୍ଟର୍ ସିଟରେ ବସି କମାଣ୍ଡ ଦେଉଛନ୍ତି କମେଡି କିଙ୍ଗ ପପୁ ପମ୍ ପମ୍ । ଅକ୍ଷୟ ପରିଜା ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ‘ଚିରକୁଟ୍’ ର ସୁଟିଂରେ ବ୍ୟସ୍ତ ପୁରା ଟିମ୍ । କାହାଣୀ, ସ୍କ୍ରିନପ୍ଲେ ଓ ସଙ୍ଗୀତ ସହ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପପୁ । ଆଉ ଏଠି ଚାଲିଛି ଏକ ଗୀତର ସୁଟିଂ । ଫିଲ୍ମରେ ସ୍ଥାନ ପାଇବାକୁ ଥିବା ଏକ କବାଲି ଟ୍ରାକର ସୁଟିଂ କରାଯାଉଛି । ସେଟ୍ରେ କବାଲି ସିଙ୍ଗର୍ ଭାବେ ନଜର ଆସିଛନ୍ତି ଓଲିଉଡ୍ କଣ୍ଠଶିଳ୍ପୀ ଅଷିମା ପଣ୍ଡା । ଚଳଚ୍ଚିତ୍ର ଚିର୍କୁଟ୍ କଣ୍ଠଶିଳ୍ପୀ ଅଷିମା ପଣ୍ଡାଙ୍କ ଗାୟିକି ସହ ଅଭିନୟ ବି ଦେଖିବାକୁ ମିଳିବ ଖାସ୍ ଏହି କବାଲି ଗୀତରେ । ଯାହାର ସୁଟିଂରେ ଲାଗିଛନ୍ତି ନିର୍ଦ୍ଦେଶକ ପପୁ ପମ୍ ପମ୍ ।

କଣ୍ଠଶିଳ୍ପୀ ଅଷିମା ପଣ୍ଡାଙ୍କ ଏପରି ଏକ ଡିଫରେଂଟ୍ ସାଇଟ୍ ଦେଖିବାକୁ ମିଳିବ ଚଳଚ୍ଚିତ୍ର ଚିରକୁଟରେ । ଫିଲ୍ମରେ ଭିନ୍ନ ଶୈଳୀର ଗୀତ ଗାଇଛନ୍ତି ଅଷିମା । ଯାହାକୁ ନେଇ ନିଜ ଅନୁଭୂତି ସେୟାର୍ କରିଛନ୍ତି ଅଷିମା ।

ଚିର୍କୁଟ୍ରେ ନବାଗତ କଳାକାର ଅରୋଜୀତ୍ ଓ ଅନନ୍ୟାଙ୍କୁ ନାୟକ – ନାୟିକା ଭାବେ ଦେଖିବାକୁ ମିଳିବ । ଏହି ସିନେମାର କାହାଣୀକୁ ନଜରରେ ରଖି କିଛି ଏହିପରି କଳାକାରଙ୍କୁ ବାଛିଛନ୍ତି ମେକର୍ ।

ଚଳଚ୍ଚିତ୍ର ଚିର୍କୁଟ୍ ଏକ ନିଚ୍ଛକ ଓଡିଆ କାହାଣୀକୁ ନେଇ ଗତିଶୀଳ ହେବ । ଫିଲ୍ମଟିର ସୁଟିଂ ଜୋର୍ ସୋରରେ ଆଗେଇ ଚାଲିଥିବାବେଳେ ଆସନ୍ତା ଏପ୍ରିଲ ମାସରେ ଫିଲ୍ମଟି ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More