Only for Entertainment

ଆଜି ରିଲିଜ: ଓଡିଆ ପଲିଟିକାଲ୍ – ଡ୍ରାମା ଫିଲ୍ମ ‘ଯୋଗୀ’

odiafilmblog
0 53

ମୁକ୍ତିଲାଭ କରିଛି ଓଡିଆ ପଲିଟିକାଲ୍ – ଡ୍ରାମା ଫିଲ୍ମ ଯୋଗୀ । ଜଣେ ଯୋଗୀ କିଭଳି ନେତା ହୋଇ କିଭଳି ଜନତାର ସେବା କରେ ତାହାକୁ ଦେଖିବାକୁ ମିଳିଛି ଏହି ସିନେମାରେ । ଏହାସହ ଫିଲ୍ମରେ ସ୍ଥାନ ପାଇଛି ଏକ ମନଲୋଭା ପ୍ରେମ କାହାଣୀ । ଏହି ସିନେମାକୁ ନେଇ ଅଧିକ କିଛି ଜାଣିବା ଆମର ଏହି ରିପୋର୍ଟରେ ।

ସିନେମାରେ ଅଭିନେତା ହର ରଥଙ୍କୁ ଯୋଗୀ ଭୂମିକାରେ ଦେଖିବାକୁ ମିଳିଛି । ସାଧାରଣ ଜନତାଙ୍କ ନେତା ହୋଇ ରାଜନୀତିରେ ଯୋଗ ଦିଅନ୍ତି ଯୋଗୀ । ହେଲେ ତାଙ୍କୁ ଟକ୍କର ଦିଅନ୍ତି ଜଣେ ଦୁର୍ନୀତିଗ୍ରସ୍ତ ନେତା । ଯେଉଁ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ଅଭିନେତା ମନୋଜ ମିଶ୍ର । ସିନେମାରେ ଏକ ନିଆରା ପ୍ରେମ କାହାଣୀକୁ ବି ସ୍ଥାନ ଦିଆ ଯାଇଛି । ଫିଲ୍ମରେ ନବାଗତ ଅଭିନେତା ଆର୍ୟନ୍ ଓ ଅଭିନେତ୍ରୀ ନିକିତାଙ୍କୁ ରୋମାଂଟିକ୍ ରୋଲ୍ ପ୍ଲେ କରିବାରେ ଦେଖିବାକୁ ମିଳିଛି । ସିନେମାରେ ଅନେକ ନୂଆ – ପୁରୁଣା କଳାକାରଙ୍କୁ ଦେଖିବାକୁ ମିଳିଛି ।

jogii

ରେଂଜ୍ ରୟାଲ ସିନେ ପ୍ରଡକ୍ସନ୍ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନିରଂଜନ ବେହେରା । ଫିଲ୍ମର ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ମାର୍ଥା । ଫିଲ୍ମରେ ଆର୍ୟନ୍ ଓ ନିକିତାଙ୍କ ବ୍ୟତୀତ ବିଜୟ ମହାନ୍ତି, ମନୋଜ ମିଶ୍ର, ହର ରଥ ଏବଂ ସ୍ମିତା ମହାନ୍ତି ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ଯୋଗୀର ଗୀତଗୁଡିକ ଓଡିଆ ସ୍ରୋତାଙ୍କୁ ପସନ୍ଦ ଆସି ଆସିଥିବାବେଳେ ସିନେମାକୁ ବି ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More