Only for Entertainment

ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଲଭ ଟ୍ରାଙ୍ଗୁଲାର ଷ୍ଟୋରୀଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ ।

32

ନୂଆ ଚରିତ୍ର ଆଉ କାହାଣୀ ସହ ଓଲିଉଡରେ ସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଫିଲ୍ମର ପୋଷ୍ଟରକୁ ବି ରିଲିଜ୍ କରାଯାଇଛି । ଏହି ଅପ କମିଂ ନେମାରେ ନାୟକ ଭାବେ ନଜର ଆସିବେ ଅଭିନେତା ଅଭିଷେକ ରଥ ଓ ଶୁଭାଶିଷ ଶର୍ମା ଓରଫ୍ ମଂଟୁ । ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଏହି ସିନେମାରେ ନାୟିକା ସାଜିବେ ଅଭିନେତ୍ରୀ ରାଗିନୀ ।

ଆର୍ ଏଂଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ହେବାକୁଥିବା ଏହି ସିନେମାର ପ୍ରଯୋଜନା ଦାୟିତ୍ୱ ତୁଲାଇବେ ରମେଶ ବାରିକ୍ ।ସିନେମାର କାହାଣୀ ମଧ୍ୟ ଲେଖିଛନ୍ତି ରମେଶ ବାରିକ୍ । ଏହି ଅପକମିଂ ସିନେମାର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେବେ ଟି. ଗଣେଷ । ଫିଲ୍ମରେ ସଙ୍ଗୀତ ଭାର ତୁଲାଇବେ ଏସ୍. ଚନ୍ଦ୍ରକାନ୍ତ ।

ସିନେମାର ଘୋଷଣା ହୋଇଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଆଉ ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତିଲାଭ କରିବ ଏହି ଫିଲ୍ମ ‘ଦେଖା ହେଲା ପ୍ରେମ ହେଲା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More