Only for Entertainment

ଓଲିଉଡ ଷ୍ଟାର ସମ୍ବିତ ‘ବିଶ୍ୱନାଥ’ ଭୂମିକାରେ ଦେଖାଇବେ ଜଲୱା

facebook
0 52

ଓଲିଉଡରେ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କର ଚାହିଦା ବଢିବାରେ ଲାଗିଛି । ଏବେ ତାଙ୍କ ହାତରେ ବ୍ୟାକ ଟୁ ବ୍ୟାକ ରହିଛି ଫିଲ୍ମ ଅଫର । ‘ଯୋଉଠି ଥିଲେ ବି ତୁ ମୋର’ର ସୁଟିଂ ଶେଷ କରି ଏବେ ସମ୍ବିତ ଲାଗି ପଡିଛନ୍ତି ଆଉ ଏକ ଫିଲ୍ମର ସୁଟିଂରେ । ଆକ୍ସନ – ରୋମାଂଟିକ୍ ସିନେମାର ବିଶ୍ୱନାଥକୁ ନେଇ ବ୍ୟସ୍ତ ଅଛନ୍ତି ସମ୍ବିତ । ଆଉ ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ସମ୍ଭାବନା । ତେବେ ଫିଲ୍ମରେ ସମ୍ବିତଙ୍କୁ ଦେଖିବାକୁ ମିଳିବ ବିଶ୍ୱନାଥ ଚରିତ୍ରରେ ।

ଏହା ଏକ ଆକ୍ସନ-ରୋମାଂଟିକ ଚଳଚ୍ଚିତ୍ର । ଫିଲ୍ମରେ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ଏକ ନୂଆ ଗେଟ ଅପ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ଏବେ ଜୋରସୋରରେ ଆଗେଇ ଚାଲିଛି । ରୋମାଂଟିକ ରୋଲ ବଦଳରେ ଏହି ସିନେମାରେ ନିଜ ଆକ୍ସନ ଅନ୍ଦାଜ ଦେଖାଇବେ ସମ୍ବିତ । ଅନେକ ଦିନପରେ ପରଦାରେ ଦେଖିବାକୁ ମିଳିବ ସମ୍ବିତଙ୍କ ଆକ୍ସନ ଅନ୍ଦାଜ ।
ପ୍ରଥମେ ଏକ ମ୍ୟୁଜିକ ଭିଡିଓ ଆଲବମରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରୀ ଓଡିଆ ଦର୍ଶକଙ୍କୁ କରିଥିଲା ଏଂଟର୍ଟେନ । ଫଳରେ ଏହି ରୋମାଂଟିକ ଯୋଡିକୁ ନେଇ ସିନେମା ପ୍ରସ୍ତୁତ କରିବା ପାଇଁ ଚିନ୍ତା କଲେ ନିର୍ମାତା । ଯାହା ଆଗାମୀ ଫିଲ୍ମ ବିଶ୍ୱନାଥରେ ଦେଖିବାକୁ ମିଳିବ ।

ଏହି ଦମଦାର ଆକ୍ସନ ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇବେ ସାଉଥ ନିର୍ଦ୍ଦେଶକ କିରଣ । ଫିଲ୍ମର ପ୍ରଯୋଜନା କରୁଛନ୍ତି ଜବୁରୁଦ୍ଧିନ । ଓଲିଉଡର ମ୍ୟୁଜିକ କିଙ୍ଗ ଅଭିଜିତ ମଜୁମଦାରଙ୍କ ଦମଦାର ଗୀତ ଶୁଣିବାକୁ ମିଳିବ ଚଳଚ୍ଚିତ୍ର ବିଶ୍ୱନାଥରେ । ଫିଲ୍ମର ପୋଷ୍ଟରରେ ସମ୍ବିତଙ୍କୁ ଧୋତି, କୂର୍ତା ପିନ୍ଧି ମୁହଁରେ ଗାମୁଛା ବାନ୍ଧି ହାତରେ କଟୁରୀ ଧରିଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ ଅଭିନେତ୍ରୀ ସମ୍ବାବନାଙ୍କୁ ପୋଷ୍ଟରରେ ଲେହଙ୍ଗା ପିନ୍ଧିଥିବାର ଦେଖିବାକୁ ମିଳିଛି । ଦୁହିଁଙ୍କ ପ୍ରଥମ ଲୁକ ଦେଖି ଲାଗୁଛି ଫିଲ୍ମରେ ସମ୍ବିତ ଓ ସମ୍ବାବନାଙ୍କ ଚରିତ୍ର ଖୁବ ଜବରଦସ୍ତ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More