Only for Entertainment

ଓଲିଉଡ୍ ପରଦାରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ଏକ୍ସକ୍ୟୁଜ୍ ମି’ ।

youtube
0 62

ଓଲିଉଡ୍ ପରଦାରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ଏକ୍ସକ୍ୟୁଜ୍ ମି’ । ଏହି ଫିଲ୍ମ ଜରିଆରେ ଅଭିନୟ ଜଗତକୁ ଏଂଟ୍ରି କରିବାକୁ ଯାଉଛନ୍ତି ନ୍ୟୁକମର୍ ଷ୍ଟାର୍ ରୋନକ୍ ଦାଶ । ସିନେମାରେ ରୋନକଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ମେଘା ମହାନ୍ତି । ଆକ୍ସନ୍, ଡ୍ରାମା, ଡ୍ୟାନ୍ସ – ରୋମାନ୍ସ ସବୁକିଛି ଦେଖିବାକୁ ମିଳିବ ଏହି ସିନେମାରେ ।

 

କିଛି କମେଡି, କିଛି ରୋମାନ୍ସ ଆଉ ଢେର୍ ସାରା ଆକ୍ସନ୍ ଏସବୁ ଦେଖିବାକୁ ମିଳିବ ଏହି ଅପକମିଂ ସିନେମାରେ । ଏହି ଅପକମିଂ ସିନେମାର ଟ୍ରେଲର୍ ଏବେ ବେଶ ଚର୍ଚ୍ଚା ସାଉଁଠିଛି ଓଲିଉଡ୍ରେ । ମୁକ୍ତିଲାଭ କରିଥିବା ସିନେମାର ଟ୍ରେଲର୍ରେ ଦେଖିବାକୁ ମିଳିଛି ଜବରଦସ୍ତ ଆକ୍ସନ୍, ଜବରଦସ୍ତ କମେଡି ଆଉ ମନଛୁଆଁ ଗୀତ । ନବାଗତ ଷ୍ଟାର୍ ରୋନକ୍ଙ୍କ କମେଡି, ଆକ୍ସନ୍ ସହ ତାଙ୍କ ରୋମାଂଟିକ୍ ଅନ୍ଦାଜର ମଧ୍ୟ ମଜା ନେଇ ପାରିବେ ଦର୍ଶକ । ରୋହନ ଫିଲ୍ମସ୍ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଉମେଶ ଦାସ ଏବଂ ପ୍ରଯୋଜନା କରିଛନ୍ତି ରୋନକ୍ ଦାଶ । ଏହି ଅପକମିଂ ସିନେମାରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ ମିହିର୍ ଦାସ୍, ଅନିତା ଦାସ, ସରୋଜ ଦାସ, ଧୀର ମଲ୍ଲିକ୍, ସଲୀଲ୍ ମିତ୍ର, ଆଦି କଳାକାର । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସରତ ନାୟକ । ଭିନ୍ନ ସ୍ୱାଦର ମନଛୁଆଁ ଗୀତ ବି ଶୁଣିବାକୁ ମିଳିବ ଏହି ଫିଲ୍ମରେ । ସୁଟି. ଏଡିଟିଂ ଶେଷ ହୋଇଥିବାବେଳେ ଏବେ ରିଲିଜ୍ ଅପେକ୍ଷା ରେ ରହିଛି ଚଳଚ୍ଚିତ୍ର ‘ଏକ୍ସକ୍ୟୁଜ୍ ମି’ । ଯାହା ଓଲିଉଡ୍ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More