Only for Entertainment

ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଆକ୍ସନ୍ ରୋମାଂଟିକ୍ ଚଳଚ୍ଚିତ୍ର ସୁପର୍ ବୟ !

69

ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଆକ୍ସନ୍ ରୋମାଂଟିକ୍ ଚଳଚ୍ଚିତ୍ର ସୁପର୍ ବୟ । ସିନେମାରେ ନାୟକ ଭାବେ ନଜର ଆସିବେ ହ୍ୟାଣ୍ଡସମ୍ ଅଭିନେତା ଜ୍ୟୋତି ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ତମନ୍ନାଙ୍କୁ ଦେଖିବାକୁ ମିଳିବ । ଏହି ଯୋଡିଙ୍କର ଏହା ଦ୍ୱିତୀୟ ସିନେମା ହେବାକୁ ଯାଉଛି । ଏହାପୂର୍ବରୁ ଚଳଚ୍ଚିତ୍ର ନିଝୁମ୍ ରାତିର ସାଥିରେ ଏମାନେ ଏକାଠି ଆସିଛନ୍ତି ନଜର । ଯେଉଁଥିରେ ଏମାନଙ୍କ ଯୋଡିକୁ ଦର୍ଶକ କରିଥିଲେ ପସନ୍ଦ । ସିନେମାଟି ୨୦୧୭ରେ ଆସିଥିଲା ପରଦାକୁ । ଆଉ ଏବେ ୨ ବର୍ଷ ପରେ ଏମାନଙ୍କ ଯୋଡି ପୁଣିଥରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଯାହାର ଟାଇଟେଲ୍ ରହିଛି ସୁପର୍ ବୟ । ନିକଟରେ ଏହି ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ଫିଲ୍ମର ଲିଡ୍ ଷ୍ଟାରଙ୍କ ସମେତ ପୁରା ଟିମ୍ ଆସିଥିଲେ ନଜର ।

ଅପକମିଂ ସିନେମା ‘ସୁପର୍ ବୟ’ର ପୋଷ୍ଟର୍ ଗୁଡିକ ରିଲିଜ୍ ହୋଇ ଯାଇଛି । ଅଭିନେତା ଜ୍ୟୋତି, ତମନ୍ନା ଓ ଶୁଭାଶିଷଙ୍କୁ ନେଇ ମେକର୍ ପ୍ରସ୍ତୁତ କରିଛନ୍ତି ଭିନ୍ନ ଭିନ୍ନ ପୋଷ୍ଟର୍ । ଏହି ଅପକମିଂ ସିନେମାର ପ୍ରଯୋଜନା ଭାର ରବିନ୍ଦ୍ର ନାଥ ପଣ୍ଡା ତୁଲାଉଛନ୍ତି । ଏହାସହ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କେ. ଅନିଶ । ଏବଂ ସିନେମାର ମ୍ୟୁଜିକ୍ର ଭାର ତୁଲାଉଛନ୍ତି ବୈଦନାଥ ଦାସ ।

ଚଳଚ୍ଚିତ୍ର ସୁପର୍ ବୟର ଶୁଭ ମହୁରତ ପରେ, ସିନେମାଟିର ସୁଟିଂ ଆରମ୍ଭ ହୋଇଯାଇଛି । ଯାହା ଖୁବଶୀଘ୍ର ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More