Only for Entertainment

ପ୍ରେମ ଏବଂ ବନ୍ଧୁତାକୁ ନେଇ ଆସୁଛି ଭିନ୍ନ ସ୍ୱାଦର ଫିଲ୍ମ କଟି ପତଙ୍ଗ ।

youtube
0 43

ଓଲିଉଡ ଜଗତରେ ପ୍ରସ୍ତୁତ ହେଉଛି ଏକ ଭିନ୍ନ ସ୍ୱାଦର ଫିଲ୍ମ କଟି ପତଙ୍ଗ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିଷେକ ଓ ଅନନ୍ୟା । ଫ୍ରେଣ୍ଡସିପ୍ ଓ ପ୍ରେମ ଏହି ଦୁଇ ସମ୍ପର୍କକୁ ନେଇ ଗତିଶୀଳ ଏହି କଟି ପତଙ୍ଗର କାହାଣୀକୁ ନେଇ ଫିଲ୍ମ ପ୍ରସ୍ତୁତ କରୁଛନ୍ତି ନିର୍ଦ୍ଦେଶକ କୁମାର୍ ସରୋଜ । ନିକଟରେ ଏହି ଅପକମିଂ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ଫିଲ୍ମର ସମସ୍ତ କାଷ୍ଟ ଆଣ୍ଡ କ୍ରୁଙ୍କୁ ଦେଖିବାକୁ ମିଳିଥିଲା ଏହି ଅବସରରେ ।

ଶକ୍ତି ପ୍ରଡକ୍ସନରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ପ୍ରଯୋଜନା କରୁଛନ୍ତି ଦେବେନ୍ଦ୍ର ନାଥ ସାହୁ । ଆଉ ଫିଲ୍ମର ନିର୍ଦ୍ଦେଶନା ଦେବେ କୁମାର୍ ରାଜେଶ । ଅଭିନେତା ଅଭିଷେକ ପୂର୍ବରୁ ଏକାଧିକ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ପରସି ଓଡିଆ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ହୋଇ ପାରିଛନ୍ତି ।

ନିଜ ଗୁଡ୍ ଲୁକ୍ ଓ କ୍ୟୁଟ୍ ସ୍ମାଇଲ୍ରେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି ଅଭିଷେକ । ତାଙ୍କ ଡ୍ୟାନ୍ସ, ରୋମାନ୍ସ ଓ ଆକ୍ଟିଂରେ ଦର୍ଶକ ହୋଇଛନ୍ତି ମତୁୱାଲା । ପୁଣିଥରେ ଅଭିଷେକ ନିଜ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି ଚଳଚ୍ଚିତ୍ର କଟି ପତଙ୍ଗରେ । ତେବେ ହଳଦୀ ଗିନା ଗୀତରେ ଡ୍ୟାନ୍ସ କରି ଢେର ପ୍ରସିଦ୍ଧ ଅର୍ଜନ କରିଛନ୍ତି ଅନନ୍ୟା । ସେହିପରି ଅନ୍ୟତମ ଲିଡରେ ଦର୍ଶକ ଦେଖିବେ ଆର କେ ଓ ରାଣୀ ପ୍ରିୟଦର୍ଶନୀଙ୍କୁ । ଖୁବଶୀଘ୍ର ପରଦାକୁ ଆସିବ ଏହି ଭିନ୍ନ ଧରଣର ଫିଲ୍ମ କଟି ପତଙ୍ଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More