Only for Entertainment

ବିବାହ କରିବାକୁ ଯାଉଛନ୍ତି ଓଲିଉଡ୍ ହ୍ୟାଣ୍ଡସମ୍ ହଙ୍କ ସମ୍ବିତ ଆଚାର୍ଯ୍ୟ !

119

ବିବାହ କରିବାକୁ ଯାଉଛନ୍ତି ଓଲିଉଡ୍ ହ୍ୟାଣ୍ଡସମ୍ ହଙ୍ଗ ସମ୍ବିତ ଆଚାର୍ଯ୍ୟ । ତାଙ୍କୁ ମିଳି ଯାଇଛି ତାଙ୍କ ମନର ମଣିଷ । ଏ ବିଷୟରେ ନିଜ ଫ୍ୟାନ୍ମାନଙ୍କୁ ଜଣାଇଛନ୍ତି ସମ୍ବିତ୍ । ସୋସିଆଲ୍ ମିଡିଆରେ ନିଜ ଏନଗେଜମେଂଟର ଖବର ଦେଇ ସମ୍ବିତ କରିଛନ୍ତି ସମସ୍ତଙ୍କୁ ଚକିତ । କିଏ ସେହି ସୁନ୍ଦରୀ ଯିଏ, ସମ୍ବିତଙ୍କ ଜୀବନସାଥି ବନିବେ, ଚାଲନ୍ତୁ ଦେଖିବା ଆମର ଏହି ରିପୋର୍ଟରେ ।

ଓଲିଉଡର ଆଶିକ୍ ଭାବେ ପରିଚିତ ହ୍ୟାଣ୍ଡସମ୍ ହଙ୍ଗ ସମ୍ବିତ ଆଚାର୍ଯ୍ୟ ଏବେ ସିଙ୍ଗଲ୍ରୁ ହେବାକୁ ଯାଉଛନ୍ତି ମାରେଡ୍ । ଆଜ୍ଞା ହଁ, ଖୁବଶୀଘ୍ର ସମ୍ବିତଙ୍କର ବାଜିବାକୁ ଯାଉଛି ୱେଡିଂ ବେଲ୍ । ନିଜ ସୋସିଆଲ୍ ମିଡିଆ ଜରିଆରେ ସମ୍ବିତ ଏହି ଖୁସି ଖବରକୁ ଫ୍ୟାନ୍ମାନଙ୍କ ସହ କରିଛନ୍ତି ସେୟାର୍ । ସମ୍ବିତ୍ ଯାହାଙ୍କୁ ନିଜ ଜୀବନସାଥି ଭାବେ ବାଛିଛନ୍ତି ସେ ହେଲେ ନନ୍ ଗ୍ଲାମର୍ ଗର୍ଲ ସୟୋନା ମହାପାତ୍ର । ସୟୋନା କଟକର ବାସିନ୍ଦା । ଆଉ ଏବେ ଏକ ଘରୋଇ କଲେଜରେ ନିଜ ବିବିଏ ପଢା ଜାରି ରଖିଛନ୍ତି । ଅଭିନେତା ସମ୍ବିତ୍ ସୟୋନାଙ୍କ ସହ ତାଙ୍କ ଫଟୋ ସୋସିଆଲ୍ ମିଡିଆ ଜରିଆରେ କରିଛନ୍ତି ସେୟାର୍ ।

ଗତ ୯ ତାରିଖରେ ଦୁହେଁ ଏନଗେଜ୍ ହୋଇଛନ୍ତି । ଆଉ ଏନଗେଜମେଂଟ୍ ସମୟର କିଛି ଫଟୋକୁ ସମ୍ବିତ ନିଜ ସୋସିଆଲ୍ ମିଡିଆରେ କରିଛନ୍ତି ସେୟାର୍ । ଅଭିନେତା ସମ୍ବିତ ଏକାଧିକ ଓଡିଆ ଚଳଚ୍ଚିତ୍ରରେ ନିଜ ଜବରଦସ୍ତ ଅଭିନୟ ଭେଟି ଦେଇଛନ୍ତି । ଆକ୍ସନ୍, ହେଉକି ଡ୍ରାମା ରୋମାନ୍ସ ହେଉକି ଡ୍ୟାନ୍ସ ସବୁଥିରେ କମାଲ୍ ଦେଖାନ୍ତି ସେ । ଓମ୍, ଗଂଜା ଲଢେଇ, ଆଶିକ୍, ଚଉକା ଛକା, ଲେଖିଛି ନାଁ ତୋର ଭଳି ଅନେକ ସିନେମାରେ ସମ୍ବିତଙ୍କ ଅଭିନୟ ଓଡିଆ ଇଣ୍ଡଷ୍ଟ୍ରୀରେ କରିଛି ତାଙ୍କୁ ଲୋକପ୍ରିୟ । ଏହି ଭିତରେ ତାଙ୍କ ଅଭିନୟ କ୍ୟାରିୟର୍କୁ ୧୦ବର୍ଷ ଦେଇ ସାରିଥିବାବେଳେ, ଏବେ ବିବାହ କରିବାର ନିଷ୍ପତି ନେଇଛନ୍ତି ସେ । ଆଉ ଖୁବଶୀଘ୍ର ତାଙ୍କ ବିବାହ ସୟୋନାଙ୍କ ସହ ହେବାକୁ ଯାଉଛି । ତେବେ ଏହି ଖବରଟି ତାଙ୍କ ଲକ୍ଷ ଲକ୍ଷ ଫିମେଲ୍ ଫ୍ୟାନମାନଙ୍କୁ କଷ୍ଟ ଦେଇଥିବ ନିଶ୍ଚୟ । ସେ ଯାହା ବି ହେଉ ସମ୍ବିତ ଓ ସୟୋନାଙ୍କୁ ଏହି ଖୁସି ଖବର ପାଇଁ ଅନେକ ଅନେକ ଶୁଭେଚ୍ଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More