Only for Entertainment

ନିଆରା ପ୍ରେମ ବିବାହ: ସୋସିଆଲ ମିଡିଆରେ ହେଲା ବନ୍ଧୁତା, ପୂଜାମଣ୍ଡପରେ ପ୍ରଥମ ଦେଖା, ଆଉ ବିବାହ !

205

ସୋସିଆଲ ମିଡିଆରେ ବନ୍ଧୁତା ହୋଇ କୋଲକାତାରେ ମା ଦୁର୍ଗାଙ୍କ ସାମ୍ନାରେ ବିବାହ ବନ୍ଧନରେ ବାନ୍ଧିହେଲେ । ଶୁଣିବାକୁ ପୂରା କାହାଣୀ ଫିଲ୍ମ ଭଳି ଲାଗୁଛି । କିନ୍ତୁ ଏହା କୋଲକାତାର ସନ୍ତୋଷ ମିତ୍ରା ପୂଜା ମଣ୍ଡପରେ ଘଟିଛି । ରବିବାର ବଙ୍ଗାଲ ହିନ୍ଦୀ ମୋଟରରେ ରହୁଥିବା ସୁଦୀପ ଘୋଷାଲ ଏବଂ ସେବଡାଫୁଲିର ପ୍ରତିମା ବାନାର୍ଜୀ ମା’ ଦୂର୍ଗାଙ୍କ ସାମ୍ନାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସିନେମା ଭଳି ଲାଗୁଥିବା ଏହି ଲଭଷ୍ଟୋରୀ କଲିକତାର ସନ୍ତୋଷ ମିତ୍ରା ପୂଜା ମଣ୍ଡପରେ ହୋଇଥିଲା । ରବିବାର କଲିକତାର ସୁଦିପ୍ ଘୋଷାଲ୍ ଏବଂ ସେବଡାଫୁଲୀର ପ୍ରତିମା ବାନାର୍ଜୀ ମା’ ଦୂର୍ଗାଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତିନି ମାସ ପୂର୍ବେ ସୋସିଆଲ୍ ମିଡିଆରୁ ପରିଚିତ ହୋଇଥିବା ସୁଦିପ୍ ଏବଂ ପ୍ରତିମାଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା । ଯାହା ଦୂର୍ଗା ପୂଜା ମଣ୍ଡପରେ ବିବାହର ରୁପ ନେଇଛି ।

ମହାଅଷ୍ଟମୀରେ ପ୍ରତିମା କଲିକତା ପୂଜା ମଣ୍ଡପ ବୁଲିବାକୁ ଆସିଥିଲେ । ଏହି କଥା ଜାଣିବା ପରେ ସୁଦିପ୍ ମଧ୍ୟ ସାଙ୍ଗମାନଙ୍କ ସହ ସେଠାରେ ପହଁଚି ଯାଇଥିଲେ । ଦୁଇଜଣ ପ୍ରଥମ ଥର ପାଇଁ ଦୁହିଁଙ୍କୁ ଦେଖିଥିଲେ ଏବଂ ପ୍ରଥମଦେଖାରେ ହିଁ ସିନେମା ଷ୍ଟାଇଲରେ ସୁଦିମ୍ ଆଣ୍ଠୁରେ ବସି ପ୍ରତିମାକୁ ପ୍ରେମ ନିବେଦନ କରିବା ସହ ବିବାହ କରିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ଉତ୍ତରରେ ପ୍ରତିମା ମଧ୍ୟ ହଁ କରିଦେଲେ । ଇତି ମଧ୍ୟରେ ମଣ୍ଡପରେ ଉପସ୍ଥିତ ଥିବା ଲୋକମାନେ ତାଳି ମାରି ପ୍ରେମୀଯୁଗଳଙ୍କୁ ବିବାହ କରିବାକୁ କହିଥିଲେ । କିଛି ସମୟ କଥାବାର୍ତ୍ତା କରିବା ପରେ ଦୁହେଁ ମଣ୍ଡପରେ ହିଁ ବିବାହ କରିଥିଲେ । ପେସାରେ ମେଡିକାଲ୍ ରିପ୍ରେଜେନଟେଟିଭ୍ ଥିବା ସୁଦିପ୍ କୁହନ୍ତି ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଏଭଳି କରିବି ବୋଲି ଭାବିନଥିଲି । ଅନ୍ୟପକ୍ଷରେ ପ୍ରତିମା ମଧ୍ୟ ବିବାହକୁ ନେଇ ଖୁବ୍ ଖୁସି ଏବଂ ଉତ୍ସାହିତ ଥିବା ଦେଖାଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More